ଆଜିଠାରୁ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

ନୂଆଦିଲ୍ଲୀ(କେନ୍ୟୁଜ୍): ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେବ କାଉନସେଲିଂ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍। ନିଟ୍ ର୍ୟାଙ୍କଧାରୀ ଛାତ୍ରଛାତ୍ରୀ ojee.nic.in ଓ odishajee.comରେ ଲଗ୍ ଅନ୍ କରି ରେଜିଷ୍ଟ୍ରେସନ୍ କରିବେ। ଏହି ପ୍ରକ୍ରିୟା ୨୫ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ୨୬ ତାରିଖରୁ ୨୯ ତାରିଖ ଯାଏଁ ନୋଡାଲ ସେଣ୍ଟରଗୁଡ଼ିକରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯିବ । ଦେଶର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏକକ ବିଶ୍ୱବିଦ୍ୟାଳୟରେ ୧୫ ପ୍ରତିଶତ ସର୍ବଭାରତୀୟ କୋଟା ଓ ୮୫ ପ୍ରତିଶତ ରାଜ୍ୟ କୋଟା ପୂରଣ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକା ଜୁଲାଇ ୧ ତାରିଖରେ ପ୍ରକାଶ ପାଇବ । ଏହାପରେ ଛାତ୍ରଛାତ୍ରୀ ଚଏସ ଫିଲିଂ ଓ ଲକିଂ କରିପାରିବେ ।