ଇସ୍ରୋର ନୂଆ ସଫଳତା, ଉତ୍‌କ୍ଷେପଣ ହେଲା PSLV C-43

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍) : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ନୂଆ ସଫଳତା ଦିଗରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ବା ଇସ୍ରୋ । ମହାକାଶକୁ ଗଲା PSLV-C43 ରକେଟ୍‌ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶଧଓ୍ଵନ ସ୍ପେଶ୍‌ ସେଣ୍ଟରରୁ ସକାଳ ୯ଟା ୫୭ ମିନିଟରେ ଏହାର ଉତକ୍ଷେପଣ କରାଯାଇଛି ।

isroଭାରତୀୟ ଉପଗ୍ରହ HYSYS ସମେତ ୮ଟି ଦେଶର ଅନ୍ୟ ୩୦ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା ଭିତରେ ରହିଛି ଆମେରିକାର ୨୩ଟି, ଅଷ୍ଟ୍ରେଲିଆ, କାନାଡା, କଲମ୍ବିଆ, ଫିନଲ୍ୟାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡସ୍‌ ଓ ସ୍ପେନର ଗୋଟିଏ ଲେଖାଏଁ ସାଟେଲାଇଟ୍‌ । HYSYS ଗୋଟିଏ ମାଇକ୍ରୋ ଓ ଅନ୍ୟ ୨୯ଟି ନାନୋ ସାଇଲେଇଟ୍‌ । ଏସମସ୍ତ ଉପଗ୍ରହର ଓଜନ ପାଖାପାଖି ୨୬୧.୫ କିଲୋଗ୍ରାମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.