ଆଜିର ଦିନରେ କେବଳ ଭାରତ ନୁହେଁ ବରଂ ଆହୁରି ୪ଟି ଦେଶ ପାଇଥିଲେ ସ୍ୱାଧୀନତା, ଜାଣନ୍ତୁ

ଆଜି ଅଗଷ୍ଟ ୧୫। ଭାରତବର୍ଷରେ ଏହି ତାରିଖକୁ ଥାଏ ସମସ୍ତଙ୍କ ଅପେକ୍ଷା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ ସ୍ମରଣୀୟ ଦିବସ । କାରଣ ଏହିଦିନ ଇଂରେଜ ମାନଙ୍କ କବଳରୁ ଆମ ଦେଶ ସ୍ୱାଧୀନ ହୋଇଥିଲା । ୧୯୪୭ ମସିହାର ଏହିଦିନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦେଇଥିଲା । ଦେଶ ମାତୃକାର ଏହି ବିଜୟ ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ପ୍ରତ୍ୟେକ ଭାରତୀୟ ଏହି ଦିନକୁ ଖୁବ ଉତ୍ସାହର ସହ ପାଳନ କରନ୍ତି ।

ଦେଶ ପାଇଁ ଲଢ଼ି ସହିଦ ହୋଇଥିବା ଅନେକ ଯବାନ ତଥା ବୀର ପୁରୁଷଙ୍କ ଇତିହାସ ମଧ୍ୟ ଆପଣ ପ୍ରତ୍ୟେକ ବର୍ଷ ଶୁଣୁଥିବେ । ଚଳିତ ବର୍ଷ ଅର୍ଥାତ ଆଜି ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ।

indiaa
pc: dna india

ଦୀର୍ଘ ୨୦୦ ବର୍ଷର ଶାସନ କମ ସମୟ ନଥିଲା । ଭାରତରେ ବ୍ରିଟିଶ ରାଜୁତିକୁ ସମାପ୍ତ କରିବା ପାଇଁ ସମସ୍ତ ବୀର ପୁରୁଷ ନିଜ ସକ୍ଷମତା ଅନୁଯାୟୀ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେନାଙ୍କ ତ୍ୟାଗର ଓ ବଳିଦାନର ଦିବସ ହେଉଛି ସ୍ୱାଧୀନତା ଦିବସ । ଭାରତ ପାଇଁ ଆଜିର ଦିନ ବହୁତ ମହତ୍ୱପୂର୍ଣ୍ଣ । ମହାତ୍ମା ଗାନ୍ଧୀଙ୍କ ଠୁ ଆରମ୍ଭ କରି ଚନ୍ଦ୍ର ଶେଖର ଆଜାଦଙ୍କ ତ୍ୟାଗକୁ ମନେ ପକାଇ ଆଜି ପ୍ରତ୍ୟେକ ଭାରତୀୟ ସେମାନଙ୍କ ଆଗରେ ଶତ ଶତ ପ୍ରଣିପାତ କରେ । ତେବେ କଣ ଆପଣ ଜାଣନ୍ତି, ଏହି ଦିନ କେବଳ ଭାରତ ନୁହେଁ ବରଂ ଅନ୍ୟ ୪ଟି ଦେଶ ମଧ୍ୟ ସ୍ୱାଧୀନ ହୋଇଥିଲା ।

indiaaaa
pc: desgin corral

– ଦକ୍ଷିଣ କୋରିଆ: ଏହି ଦେଶ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଜାପାନଠୁ ସ୍ୱାଧୀନ ହୋଇଥିଲା ।

– ବହରୀନ: ୧୫ ଅଗଷ୍ଟ ୧୯୭୧ରେ ଏହି ଦେଶ ବ୍ରିଟେନରୁ ସ୍ୱାଧୀନ ହୋଇଥିଲା ।

– କଙ୍ଗୋ: ୧୯୬୦ ମସିହା ଅଗଷ୍ଟ ୧୫ରେ କଙ୍ଗୋ ପ୍ରଦେଶ ଫ୍ରାନ୍ସଠୁ ସ୍ୱାଧୀନ ହୋଇଥିଲା ।

– ଲିକଟେଂଷ୍ଟିନ: ୧୮୬୬ ମସିହା ୧୫ ଅଗଷ୍ଟରେ ଜର୍ମାନୀଠୁ ସ୍ୱାଧୀନତା ପ୍ରାପ୍ତ କରିଥିଲା ଏହି ଦେଶ ।

ଦେଶ ଦୁନିଆର ଏଭଳି ଅନେକ ଗୁରୁତ୍ୱ ପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରୁହନ୍ତୁ ।

india
pc: india tv news
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.