ପୁଅର କଣ ହେଲା କେମିତି ମଲା ଜାଣି ନାହାନ୍ତି, ମେଡିକାଲରୁ ମୃତଦେହ ମୁକୁଳାଇବାକୁ ଭିକ ମାଗୁଛନ୍ତି ବାପା ମା’
କେନ୍ୟୁଜ୍(ବ୍ୟୁରୋ): ପୁଅର ମୃତଦେହ ନେବାକୁ କାନି ପାତି ଭିକ ମାଗୁଛନ୍ତି ଗରିବ ବାପା ମା’। ପୁଅର କଣ ହେଲା ଆଉ କେମିତି ମଲା ଜାଣି ନାହାନ୍ତି । କିନ୍ତୁ ମୃତଦେହ ନେବାକୁ ୫୦ ହଜାର ଟଙ୍କା ଆବଶ୍ୟକ। ମେଡିକାଲରେ ବନ୍ଧା ପଡ଼ିଛି ପୁଅର ମୃତଦେହ। ପାଖରେ ପଇସା ନାହିଁ । ଭିକ ମାଗୁଛନ୍ତି ଗରିବ ବାପା ମାଆ। ହୃଦୟବିଦାରକ ଘଟଣା ଘଟିଛି ବିହାର ସମସ୍ତିପୁର ଅଞ୍ଚଳରେ । ମୃତ ବାଳକର ବାପା ମହେଶ ଠାକୁରଙ୍କ କହିବା କଥା କିଛି ସମୟ ପୂର୍ବରୁ ତାଙ୍କ ପୁଅ ନିଖୋଜ ହୋଇଯାଇଥିଲା।
ଫୋନ୍ ଆସିଲା, ମୃତଦେହ ସମସ୍ତିପୁର ସଦର ହସ୍ପିଟାଲରେ ଅଛି। ମୃତଦେହ ଛାଡ଼ିବାକୁ ୫୦ ହଜାର ଟଙ୍କା ଦାବି କରୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ପୁଅର ମୃତଦେହ ମୁକୁଳାଇବାକୁ ଲୋକଙ୍କୁ ଭିକ ମାଗୁଛନ୍ତି ଏହି ଦମ୍ପତି। ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସମସ୍ତିପୁରର ସିଭିଲ ସର୍ଜନ ।