ଝାଜ୍ଜର : ହରିୟାଣା ଝାଜ୍ଜର ଜିଲ୍ଲାର ବହାଦୁରଗଡରେ ଏକ ଘରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ସ୍ବାମୀ ଓ ସ୍ତ୍ରୀ ନିଆଁରେ ପୋଡି ହୋଇ ଯାଇଥିଲେ । ଯାହା ଫଳରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ତେବେ ୩ ପିଲାଙ୍କର ନିଆଁରେ ଥିବା ଧୁଆଁ ପ୍ରଭାବରେ ବଞ୍ଚିବା କଷ୍ଟକର ହୋଇ ପଡିଛି । ସେମାନଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ତେବେ କିପରି ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଚ ଭାବରେ ଜଣା ପଡିନାହିଁ ।
ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ଶବକୁ ପୋଷ୍ଟ ମୋଟର୍ମ ପାଇଁ ପଠାଇଛି । ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହି ଘଟଣା ଝାଜ୍ଜର ଜିଲ୍ଲାର ବାହାଦୁରଗଡ ଲାଇନପାରା ପୋଲିସ ଷ୍ଚେସନ ନିକଟରେ ହୋଇଛି । ସେଠାରେ ଥିବା ଛୋଟୁ ରାମ ନଗର ଥିବା ଏକ କୋଠରୀରେ ହଠାତ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକ ହେଉଛନ୍ତି ବିହାରର ନବାଦା ଜିଲ୍ଲାର ବାସିନ୍ଦା ଅଟନ୍ତି ।
ସେଠାରେ ଥିବା ଆଉ ଏକ କୋଠରୀରେ ସେମାନଙ୍କ ପିଲାମାନେ ଶୋଇଥିଲେ । ଶ୍ୱାସରୁଦ୍ଧ ହୋଇଥିବା ଯୋଗୁଁ ସମସ୍ତଙ୍କ ଅବସ୍ଥା ଗୁରୁତର ଅଛି । ପିଲାମାନଙ୍କୁ ବାହାଦୁରଗଡରେ ଜୀବନ ଜ୍ୟୋତି ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସେଠାରେ ମୃତକଙ୍କ ଶବକୁ ପୋଷ୍ଚ ମୋର୍ଟମ ପାଇଁ ବାହାଦୁର ଗଡରେ ଥିବା ହସ୍ପିଟାଲକୁ ପଠା ଯାଇଛି । ଘଟଣା ସମ୍ପର୍କରେ ମୃତକଙ୍କ ପିତା ପୋଙ୍ଗ ମେହେଟା କହିଛନ୍ତି କି ସେ ତାଙ୍କ ପୁଅ ବୋହୁ ଓ ନାତି ସହ ଏଠାରେ ଭଡାରେ ରହୁଛନ୍ତି ମୋର ପୁଅ ସିଣ୍ଟୁ ପରିବା ବିକ୍ରିକରେ ।
ରାତିରେ ଆମେ ସମସ୍ତେ ଆରାମରେ ଶୋଇଥିଲୁ । ଯେତେବେଳେ ହଠାତ ମୋ ଆଖି ଖୋଲିଲା ସେହି ସମୟରେ ଚାରିଆଡେ ଧୁଆଁ ହିଁ ଧୁଆଁ ହୋଇଯାଇଥିଲା । ମୁଁ କବାଟ ଖୋଲି ବାକୁ ଚେଷ୍ଚା କରିଥଲି କିନ୍ତୁ କବାଟ ଖୋଲିଲା ନାହିଁ । ମୁଁ ଛାତରୁ ବାହାରକୁ ଡେଇଁ ପଡିଲି । ଏହାପରେ ପୋଡଶୀ ମାନଙ୍କର ସାହାଯ୍ୟ ନେଇଥିଲି । କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା । ପୁଅ ଓ ବୋହୁର ଜୀବନ ଚାଲି ଯାଇଥିଲା ଓ ପିଲାମାନଙ୍କ ଅବସ୍ଥା ବହୁତ ଗୁରୁତର ରହିଛି ।
ଘଟଣା ସମ୍ପର୍କରେ ଜାଣିବା ସଙ୍ଗେ ସଙ୍ଗେ ତୁରନ୍ତ ଲାଇନାପାରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ସହ ଫରେନସିକ ଟିମ ମଧ୍ୟ ଘଟଣାସ୍ଛଳରେପହଞ୍ଚିନ୍ତି । ତେବେ ଏହା ପ୍ରକୁତରେ ଦୁର୍ଘଟଣା ନା କିଏ ମାରିବା ପାଇଁ ଯୋଜନା କରିଥିଲା ତାହାର ତଦନ୍ତ କରୁଛି ପୋଲିସ ତେବେ ମୃତକଙ୍କ ପିତାଙ୍କ ବୟାନକୁ ନେଇ ପୋଲିସ ଘଟଣାର ତଦନ୍ତ କରୁଛି ।