ପ୍ରେମିକାକୁ କୋଳରେ ବସାଇ କାର୍ ଚଲାଉଥିଲେ ଯୁବକ, ଥାନାକୁ ଟାଣିନେଇ ଘରଲୋକଙ୍କୁ ଡକାଇଲା ପୋଲିସ

ଚଳନ୍ତା କାର୍ ଭିତରେ ଅଶ୍ଳୀଳ ହରକତ । ମହଙ୍ଗା ପଡ଼ିଲା ଯୁବକ, ଯୁବତୀଙ୍କର ଏଭଳି ଅଶ୍ଳୀଳ ହରକତ । ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପୋଲିସ ମଧ୍ୟ ଭିଡିଓ ବିଷୟରେ ଅବଗତ ହୋଇ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ସହରରେ । ଗିରି ପେଟ୍ରୁ ଲ’ କଲେଜ ମଧ୍ୟରେ ଅମରାବତୀ ରୋଡ୍ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଚଳନ୍ତା କାର୍ ଭିତରେ ଜଣେ କପଲ୍ ଅଶ୍ଳୀଳ ଢଙ୍ଗରେ ରୋମାନ୍ସ କରୁଛନ୍ତି । କାର୍ର ଡ୍ରାଇଭିଂ ସିଟ୍ରେ ଯୁବକ ବସିଥିବା ବେଳେ ତାଙ୍କ କୋଳରେ ଷ୍ଟିୟରିଂ ସାମ୍ନାରେ ଯୁବତୀ ବସିଛନ୍ତି । ଉଭୟ ରୋମାନ୍ସରେ ମସ୍ଗୁଲ ଅଛନ୍ତି । ରାସ୍ତାରେ ଯାଉଥିବା ସମୟରେ ସେମାନଙ୍କ ଉପରେ ଯେତେବେଳେ ଗାଡ଼ି ଚାଳକମାନଙ୍କ ନଜର ପଡ଼ିଥିଲା, ସେମାନେ ଏହାର ଭିଡିଓ କରି ନେଇଥିଲେ । ଗତକାଲି ସନ୍ଧ୍ୟାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି । ଉଭୟଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଛି । ପୋଲିସ ସୂଚନା ମୁତାବକ, ଚଳନ୍ତା କାର୍ରେ ଏଭଳି ଅଶ୍ଳୀଳ ହରକତ ଯୋଗୁ ଯୁବକ, ଯୁବତୀଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧, ୨୯୩, ୨୯୬, ୧୨୫, ମୋଟର ଯାନ ଆଇନର ଧାରା ୧୮୪ ଏବଂ ମୁମ୍ବାଇ ପୋଲିସ ଆକ୍ଟର ଧାରା ୧୧୦, ୧୧୨ ଓ ୧୧୭ ଅଧୀନରେ ମାମଲା ପଞ୍ଜିକୃତ କରାଯାଇଛି ।
ପୋଲିସ କହିଛି ଯେ ଅଟକ ଯୁବକ ସିଏ ପଢ଼ିଥିବା ବେଳେ ତାଙ୍କ ପ୍ରେମିକା ମେକାନିକାଲ୍ ଇଞ୍ଜିନିୟରିଂ କରୁଛନ୍ତି । ଯୁବକ ନିଜ ବାପାଙ୍କ କାର୍ ଧରି ଘରୁ ବାହାରିଥିଲେ ଏବଂ ପ୍ରେମିକାଙ୍କୁ ବାଟରୁ ପିକ୍ କରିଥିଲେ । ଉଭୟ ବୁଲିବାକୁ ବାହାରିଥିଲେ ଏବଂ ରାସ୍ତାପାର୍ଶ୍ୱ ଫୁଡ୍ ଷ୍ଟଲ୍ରେ କିଛି ଖାଇଥିଲେ । ଗିରି ପେଟ୍ ଦେଇ ଯାଉଥିବା ବେଳେ କାର୍ ଭିତରେ ଏଭଳି ଅଶ୍ଳୀଳ ହରକତ କରୁଥିଲେ ।