ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଖାସ୍ ଦିନ ହୋଇଥାଏ ବିବାହ। ଏହି ଦିନ କେବଳ ୨ଜଣ ଲୋକ ନୁହଁନ୍ତି ବରଂ ପରିବାରର ସମସ୍ତ ସଦସ୍ୟ ପରସ୍ପରଙ୍କ ସହ ସାକ୍ଷାତ ହେବା ସହ ଚାରିଆଡେ ଗୀତ, ନାଚ ଏବଂ ମହକ ଖେଳିଯାଇଥାଏ। ସୂଚନା ମୁତାବକ ଫିଲିପିନ୍ସର ଏକ ବିବାହରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି। ଏଠାରେ କପଲ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ସେମାନଙ୍କ ପଛରେ ଆଗ୍ନେୟଗିରି ବିସ୍ପୋରକ ହେଉଥିବାର ଦେଖିବାକୁ ମିଳିଛି। ପବନରେ ଲାଭା (ଆଗ୍ନେୟଗିରିରୁ ବାହାରୁଥିବା ତରଳ ପଦାର୍ଥ), ଭସ୍ମ ଏବଂ ଧୂଆଁ ଖେଳିଯାଇଥିଲା ବେଳେ କପଲ୍ ଦୁଇଜଣ ଜ୍ୱାଳାମୁଖୀ ଠାରୁ ଖୁବ୍ ଦୂରରେ ସୁରକ୍ଷିତ ଜାଗାରେ ଥିଲେ।
ରିପୋର୍ଟ ଅନୁଯାୟୀ ଆଗ୍ନେୟଗିରି ଠାରୁ ପାଖାପାଖି ୧୦ କିଲୋମିଟର ଦୂର ଚିନୋ ଭାଫ୍ଲୋର ଏବଂ କାଟ ବଉତିସ୍ତା ପାଲୋମର ବିବାହର ରୀତି ନୀତି ସମ୍ପନ୍ନ କରୁଥିବା ସମୟରେ ଆଗ୍ନେୟଗିରି ସକ୍ରିୟ ହୋଇଯାଇଥିଲା ଏବଂ ଭସ୍ମର ବାଦଲ ସହ ପବନରେ ଧୂଆଁ ଖେଳିଯାଇଥିଲା। ସୂଚନା ମୁତାବକ ଏହି ଦମ୍ପତି ଆଗ୍ନେୟଗିରି ବିସ୍ପୋଟକ ହେବା ପରେ ମଧ୍ୟ ବିବାହର ରୀତି ନୀତିକୁ ଆଗକୁ ବଢାଇବାକୁ ନିଷ୍ପତି କରିଥିଲେ।
ରିପୋର୍ଟ ଅନୁଯାୟୀ ଏହି ସମୟରେ ଫଟୋଗ୍ରାଫର ରାନଡୋଲଫ୍ ଇଭାନ ଚିନୋ ଭାଫ୍ଲୋର ଏବଂ କାଟ ବଉତିସ୍ତା ପାଲୋମରଙ୍କ ବିବାହର କିଛି ଖାସ୍ ଦୃଶ୍ୟ ନିଜ କ୍ୟାମେରାରେ ଉଠାଇଥିଲେ। ଏହି ଫଟୋର ଦମ୍ପତିଙ୍କ ବିବାହ ପଛରେ ଆଗ୍ନେୟଗିରିରୁ ଉଠୁଥିବା ଧୂଆଁ ଏବଂ ଭସ୍ମ ଭଲଭାବେ ଦେଖିବାକୁ ମିଳିଛି। ଏହି ଫଟୋକୁ ସୋସିଆଲ ମିଡିଆରେ ଅନେକ ଲୋକମାନେ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।
ଏହିସବୁ ଘଟଣାରେ ଇଭାନ କହିଛନ୍ତି, ଆମେ ପ୍ରକୃତରେ ବିଚଳିତ ହୋଇଯାଇଥିଲୁ। ବିବାହ କାର୍ଯ୍ୟ ଚାଲୁଥିବା ସମୟରେ ମଧ୍ୟ ଆଗ୍ନେୟଗିରିରେ ହେଉଥିବା ବିସ୍ପୋଟକ ବିଷୟରେ ସୂଚନା ଜାଣିବା ପାଇଁ ଆମେ ବାରମ୍ବାର ସୋସିଆଲ ମିଡିଆ ଦେଖୁଥିଲୁ। ସୂଚନା ମୁତାବକ ଏହି ବିସ୍ପୋଟକ କାରଣରୁ ପାଖାପାଖି ୫୦ ହଜାର ଲୋକ ବାସହରା ହୋଇଛନ୍ତି। ଲୋକମାନଙ୍କୁ ଏହି ସ୍ଥାନରୁ ବାହାର କରିବା ପାଇଁ ଅଧିକାରୀ ଖୁବ୍ ସଂଘର୍ଷ ଜାରି ରଖିଛନ୍ତି।