ନୂଆ ବାହା ହୋଇଥିଲେ ଦମ୍ପତି…ଘର ଭିତରେ ୩ ପିଲାଙ୍କୁ ହତ୍ୟା କରି ନିଜେ ଫାଶୀ ଲଗାଇ ଝୁଲି ପଡ଼ିଲେ
କେରଳର କନ୍ନୁର ଜିଲ୍ଲାର ଚେରୁପୁଝାରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘର ଭିତରୁ ୩ ପିଲାଙ୍କ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ମିଳିଛି।
କେରଳର କନ୍ନୁର ଜିଲ୍ଲାର ଚେରୁପୁଝାରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘର ଭିତରୁ ୩ ପିଲାଙ୍କ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ମିଳିଛି। ପୋଲିସ ସୂଚନା ମୁତାବକ, ଏହା ହତ୍ୟା ଏବଂ ଆତ୍ମହତ୍ୟା ଘଟଣା। ଗତ ସପ୍ତାହରେ ବିବାହ କରିଥିବା ଏକ ନବଦମ୍ପତି ପ୍ରଥମେ ନିଜ ପିଲାଙ୍କୁ ହତ୍ୟା କରି ପରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ପୋଲିସ କହିଛି କି, ପିଲାମାନଙ୍କ ମୃତଦେହ ଘରର ସିଡିରୁ ଏବଂ ଦମ୍ପତିଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମୃତ ମହିଳାଙ୍କ ୩ ସନ୍ତାନ ତାଙ୍କର ପ୍ରଥମ ସ୍ୱାମୀଙ୍କଠାରୁ ଥିଲେ। ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ଅଞ୍ଚଳର ଲୋକମାନେ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ମୃତକମାନେ ହେଲେ, ଶାଜି, ତାଙ୍କ ପତ୍ନୀ ଶ୍ରୀଜା ଏବଂ ପିଲାମାନେ ସୂରଜ (୧୦), ସୁରଭି (୮) ଓ ସୁଜିନ୍ (୧୨)।
ପୋଲିସର ସୂଚନାନୁସାରେ, କିଛି ଦିନ ପୂର୍ବରୁ ଏହି ଦମ୍ପତି ନୂଆ ବିବାହ କରିଥିଲେ। ହେଲେ କୌଣସି କାରଣରୁ ସେମାନେ ପିଲାମାନଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ଶାଜିଙ୍କର ପୂର୍ବରୁ ଜଣେ ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି। କିନ୍ତୁ ମେ’ ୧୬ରେ ସେ ଶ୍ରୀଜାଙ୍କୁ ବିବାହ କରିଥିଲେ। ପାରିବାରିକ କାରଣରୁ ଦମ୍ପତି ଆତ୍ମହତ୍ୟା ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।