ସ୍କୁଟି ପରେ ପୁଣି ବାଇକ୍‌ ରୋମାନ୍ସ, ଭିଡିଓ ଭାଇରଲ ହେବା ପରେ ଥାନାରେ ଅଟକ ଯୁବକ ଯୁବତୀ

ପୁଣି ବାଇକରେ ରୋମାନ୍ସ । ଲକ୍ଷ୍ମୌ ପରେ ରାଜସ୍ଥାନର ଆଜମେରରେ ଦମ୍ପତି ଚଳନ୍ତା ବାଇକରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓ ଭାଇରଲ ହେବା ପରେ ଥାନାରେ ଅଟକ ରହିଛନ୍ତି ଯୁବକ ଯୁବତୀ ।

ଚଳନ୍ତା ବାଇକରେ ରୋମାନ୍ସ କରିବାର ମଜା ନିଆରା। ତାହା ଆଜିକାଲିର ଯୁବପିଢିଙ୍କ ପାଖରେ ଦେଖିବାକୁ ମିଳିଛି । ଆଜିକାଲିର ଯୁବପିଢି ସ୍ଥାନ, କାଳ, ପାତ୍ର ସବୁକିଛି ଭୁଲି ରୋମାନ୍ସ କରିବାରେ ଲାଗିପଡିଛନ୍ତି । କିଛିଦିନ ତଳେ ଲକ୍ଷ୍ମୌର ବ୍ୟସ୍ତବହୁଳ ରାସ୍ତାରେ ଏମିତି ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ଆଜମେର ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ରାଜସ୍ଥାନର ଆଜମେର ଜନଗହଳି ରାସ୍ତାରେ ଦମ୍ପତି ଯୋଡି ବାଇକରେ ବସି ରୋମାନ୍ସ କରୁଥିଲେ । ଆଉ ଆଖପାଖରେ ଯାଉଥିବା ଲୋକେ ଦୁହିଁଙ୍କର ଭିଡିଓ କରିଥିଲେ । ଆଉ ଭିଡିଓ ଭାଇରଲ ହେବା ପରେ ପୋଲିସ ମାମଲା ଦାଏର କରିଛି । ତେବେ ଘଟଣାଟି ଆଜମେରର କିଶ୍ଚିୟନ ଗଞ୍ଜ ଥାନା ଅଞ୍ଚଳରେ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ବାଇକ୍‌ ଚଲାଇ ଗହଳି ରାସ୍ତାରେ ଯାଉଛନ୍ତି। ଆଉ ପଛଷର ବସିଥିବା ଯୁବତୀ ହଠାତ୍‌ ଉଠିପଡି ସାମ୍ନା ପଟେ ବସି ପଡୁଛନ୍ତି । ଆଉ ପରସ୍ପରକୁ ମୁହଁ ଯୋଡି ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ରାସ୍ତାରେ ଯାଉଥିବା ଅନ୍ୟ ଚାଳକ ଏହାର ଭିଡିଓ ସୁଟ୍‌ କରୁଛନ୍ତି ।

ଭିଡିଓ ଭାଇରଲ ହେବା ପରେ କିଶ୍ଚିୟନ ଗଞ୍ଜ ଥାନା ପୋଲିସ ମାମଲା ଦାଏର କରିଛି । ସିସିଟିଭ ଫୁଟେଜ ଆଧାରରେ ବାଇକ୍‌ ଚାଳକଙ୍କ ପତ୍ତା ଲଗାଇଛି ପୋଲିସ। ପୋଲିସ ଦୁହିଁଙ୍କୁ ଥାନାକୁ ଡାକି ପଚରାଉଚରା ଚଲାଇଛି। ବାଇକକୁ ଜବତ କରାଯାଇଛି ।

ରିପୋର୍ଟ ମୁତାବକ, ଯୁବକ ଜଣକ ଫାୟସାଗର ରୋଡ ନିବାସୀ ସାହିଲ ମେସୀ । ବାଇକରେ ଜଣେ ଯୁବତୀଙ୍କୁ ବସାଇ ନେଇ ଯାଉଥିବା ବେଳେ ଏଭଳି ହରକତ କରିଥିଲେ । ପୋଲିସ ଦମ୍ପତିଙ୍କୁ ପଚରାଉଚରା କରିବା ପରେ ଆଇପସି ଧାରା ୩୩୬, ୨୭୯, ୨୯୪ ମାମଲା ଦାଏର କରିଛି। ଏହି ମାମଲାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଲକ୍ଷ୍ମୌର ବ୍ୟବସ୍ତବହୁଳ ରାସ୍ତାରେ ସ୍କୁଟିରେ ଯୁବକ ଯୁବତୀ ରୋମାନ୍ସ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ଲକ୍ଷ୍ମୌ ପାସ୍‌ ମାର୍କେଟ ନିକଟରେ ଯୁବକ ଯୁବତୀ ଏମିତି କାମ କରିଚାଲିଥିଲେ । ଯୁବତୀ ଜଣକ ସ୍କୁଟିରେ ବସି ଅଶାଳୀନ ହରକତ କରୁଥିଲେ । ବାରମ୍ବାର ଯୁବକଙ୍କୁ ଚୁମ୍ବନ ଦେଇ ଚାଲିଥିଲେ । ଯାହା ଭିଡିଓ ଭାଇରଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.