କାର୍‌ ଭିତରେ ଅସଂଯତ ଅବସ୍ଥାରେ ଥିଲେ ପ୍ରେମୀ ଯୁଗଳ, ଗୁଳି କରି ଜୀବନ୍ତ ପୋତି ଦେଇଥିଲେ ଦୁର୍ବୃତ୍ତ

ପ୍ରେମୀ ଯୁଗଳଙ୍କୁ ଭାରି ପଡିଛି କାରରେ ଅନୈତିକ କାର୍ଯ୍ୟ ।ଏମିତିକି ଏଥିପାଇଁ ସେମାନଙ୍କୁ ଅତି ନିର୍ଦ୍ଦୟ ଭାବେ ଜୀବନ ମଧ୍ୟ ହାରିବାକୁ ପଡିଛି । ସେମାନଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଓ ନିର୍ଦ୍ଦୟ ଭାବେରେ ହତ୍ୟା କରିଛନ୍ତି । ଅବଶ୍ୟ ଦୁର୍ବୃତ୍ତମାନେ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି । ଆସନ୍ତୁ ଜାଣିବା ଘଟଣାଟି କଣ ଥିଲା । ୟୁକ୍ରେନର ଗୁଟିରିକା ଠାରେ ଏକ ପ୍ରେମୀ ଯୁଗଳ ନିଜ ଏସ୍ୟୁଭି କାର ଭିତରେ ଶାରୀରିକ ସମ୍ପର୍କ ରଖିଥାନ୍ତି । ପ୍ରତି ସପ୍ତାହର କିଛି ଖାସ ଦିନ ଗୁଡିକରେ ସେମାନେ ନିଜ ଗାଡିକୁ କୌଣସି ଅଜଣା ସ୍ଥାନକୁ ନେଇ ଏହି କାମ କରିଥାନ୍ତି । ଏନେଇ କିଛି ଅପରାଧୀ ସେମାନଙ୍କ ଉପରେ ନଜର ରଖି ଆସୁଥିଲେ । ଦିନେ ସୁଯୋଗ ପାଇ ଅପରାଧୀମାନେ ଏହି ପ୍ରେମୀ ଯୁଗଳକୁ ଟାର୍ଗେଟ୍‌ କର ସେମାନଙ୍କ ମିଳନ ସ୍ଥାନରେ ଯାଇ ପହଞ୍ଚିଲେ । ଘଟଣା ସ୍ଥଳରେ ସେମାନେ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ପ୍ରେମିକ ୟୁରୀଙ୍କ ମୁଣ୍ଡକୁ ଗୁଳି ମାରିଥିଲେ ।

ପରେ ପ୍ରେମିକା ଠାରୁ ସମସ୍ତ ସୁନା ଗହଣା ଲୁଟ କରି ନେଇଥିଲେ । ଲୁଟ ପରେ ପରେ ପ୍ରେମିକାକୁ ମଧ୍ୟ ଗୁଳି କରିଥିଲେ । ଗୁଳି ମାଡ଼ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ଦେହରେ ଜୀବନ ଥିଲା । ଆଉ ଏହି ଶଇତାନ୍‌ମାନେ ସେମାନଙ୍କୁ ସେହି ଜାଗାରେ ଜିଅନ୍ତା ପୋତି ଦେଇଥିଲେ । ସେହି ସମୟରେ ବି ଉଭୟ ପ୍ରେମିକ ଓ ପ୍ରେମିକା ପରସ୍ପରର ହାତ ଧରିଥିଲେ । ପୋଲିସ୍‌କୁ ଏହି ଏତେ ବଡ଼ ଅପରାଧର ସୁରାକ୍‌ ମଧ୍ୟ ମିଳିନଥିଲା ।

ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ କାରକୁ ନିଜ ଘରକୁ ନେଇ ଗ୍ୟାରେଜରେ ଲୁଚାଇ ରଖି ଦେଇଥିଲେ । ପ୍ରାୟ ବର୍ଷକ ପରେ ଅପରାଧୀ ଏଣ୍ଡରିବ୍‌ କାରର ପାର୍ଟସ ଗୁଡିକୁ ଅନଲାଇନ ବିକ୍ରୀ କରିବାକୁ ଉଦ୍ୟମ କରିଥିଲେ । ଆଉ ଏହି ସମୟରେ ହିଁ ପୋଲିସକୁ ପୂରା ଘଟଣା ସମ୍ପର୍କରେ ଜଣା ପଡିଥିଲା । ୨୦୧୬ ମସିହା ଜୁନ ମାସରେ ଘଟଣାଟି ଘଟିଥିଲେ ମଧ୍ୟ ଏହାର ଏକ ବର୍ଷ ପରେ ପର୍ଦ୍ଦାଫାସ୍‌ ହୋଇଥିଲା । ଯେବେ ଚାରି ଅଭିଯୁକ୍ତ volkswagen SUV ପାର୍ଟସ ବିକିବା ଆରମ୍ଭ କରିଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଦିଆଯାଇଥିବା ବେଳେ ଅନ୍ୟ ଜଣଙ୍କୁ ୧୨ ବର୍ଷ କାରାଦଣ୍ଡ ମିଳିଛି ।

 

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

5 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

51 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

56 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago