ଅନ୍‌ଲାଇନ୍‌ କ୍ଲାସ ବେଳେ ସେକ୍ସ କରିବାକୁ ଲାଗିଲେ କପଲ, କ୍ୟାମେରା ବି ଥିଲା ଅନ୍‌; ଭାଇରାଲ ହେଲା ଭିଡିଓ

ଏବେ ସାରା ବିଶ୍ୱରେ କରୋନା ମହାମାରୀ ଭୟ ଜାରି ରହିଛି। ସଂକ୍ରମଣ ଭୟରେ ଏବେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଲାପଟପ୍‌ ଓ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି। ଭର୍ଚୁଆଲ କ୍ଲାସରେ ସେମାନେ ଘରେ ରହି ବି ଶିକ୍ଷକଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇପାରୁଛନ୍ତି। ତେବେ ଏହି ସମୟରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି, ଯାହା ଚର୍ଚ୍ଚାରେ ରହିଛି।

ନିକଟରେ ଭିଏତନାମର ଚି ମିହ୍ନ ସହରର ଜଣେ ଛାତ୍ର ଅନ୍‌ଲାଇନ୍‌ କ୍ଲାସ୍‌ ବେଳେ ସାଥୀଙ୍କ ସହ ସେକ୍ସ କରୁଥିବା ବେଳେ କ୍ୟାମେରା ବନ୍ଦ କରିବାକୁ ଭୁଲି ଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ତାଙ୍କ ଶିକ୍ଷକ ଓ ସହପାଠୀଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଗତ ସପ୍ତାହରେ ସାଥୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଛୋଟ ଭିଡିଓ କ୍ଲିପ୍‌ ବି ଲିକ୍‌ ହୋଇଯାଇଛି।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, କ୍ୟାମେରା ବନ୍ଦ କରିବାକୁ ଭୁଲିଯାଇଥିବା ଛାତ୍ର ଉପରେ ପ୍ରଫେସର ରାଗିଯାଇ କହିଥିଲେ, ଆପଣ ଜାଣିଛନ୍ତି ତ କ’ଣ କରୁଛନ୍ତି? ଫିଜିକାଲ କ୍ଲାସରେ ଆପଣ ପ୍ରେମିକା ସହ ସମ୍ବନ୍ଧ ରଖୁଛନ୍ତି। ଏବେ ଆମେ ଅନ୍‌ଲାଇନ୍‌ କ୍ଲାସ୍‌ରେ ଅଛୁ, ତଥାପି ଆପଣ ସେକ୍ସ କରୁଛନ୍ତି।

ପ୍ରଫେସର ପାଟି କରିବା ପରେ ସମ୍ପୃକ୍ତ ଛାତ୍ର ଏ ବିଷୟରେ ଜାଣିବାକୁ ପାଇଥିଲେ। ଛାତ୍ର ନିଜ ଭୁଲ ବୁଝିବା ପରେ ଡ୍ରେସ ପିନ୍ଧିବାକୁ ଦୌଡ଼ିଥିଲେ ଓ ତତ୍‌କ୍ଷଣାତ କ୍ୟାମେରା ବନ୍ଦ କରି ଦେଇଥିଲେ। ତେବେ ପରେ ସେ ପ୍ରଫେସର ଓ ସହପାଠୀଙ୍କୁ କ୍ଷମା ମାଗି ପୁର୍ନବାର ଏଭଳି ଭୁଲ ହେବନି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.