ଡିଜିଟାଲର ଭରପୂର ଫାଇଦା ଉଠାଇଲେ ନବଦମ୍ପତି, ଭିଡ଼ିଓ କଲ ଜରିଆରେ ହେଲା ବିବାହ

କାରୋନା ଭାଇରସ କାରଣରୁ ଦେଶ ସାରା ଲକଡାଉନ ଲାଗୁ ହୋଇଛି। ଏମିତିରେ ଲୋକଙ୍କୁ ସାମୂହିକ ଏକତ୍ରିତ ହେବା ପାଇଁ ସରକାର ମନା କରିଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି। ଅନେକ ଜାଗାରେ ତ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାରି ଭିତରେ ଔରଙ୍ଗବାଦର ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।


ସୂଚନା ଅନୁଯାୟୀ ଶୁକ୍ରବାର ଔରଙ୍ଗବାଦ ନିବାସୀ ମହମ୍ମଦ ମିନାହଜୁଦ ଭିଡିଓ କଲ ଜରିଆରେ ନିକାହ ବା ବିବାହ କରିଛନ୍ତି। ଦୁହିଁଙ୍କ ବିବାହ ଛଅ ମାସ ତଳେ ଧାର୍ଯ୍ୟ ହୋଇଥିଲା। ସେହି ସମୟରେ କାରୋନା ଭାଇରସର ଭୟ ନଥିଲା କିନ୍ତୁ ଏବେ ଲକଡାଉନ ପାଇଁ ବିବାହ ସମ୍ଭବ ନଥିଲା। ତେଣୁ ଘରର ଗୁରୁଜନ ମାନେ ଭିଡିଓ କଲ ଜରିଆରେ ବିବାହ କରିବାକୁ ନିଷ୍ପତି ନେଲେ। ତେବେ ଏହି ବିବାହ ନିଶ୍ଚୟ ଭାବରେ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.