ଦେଶ ବିଦେଶ

କୋର୍ଟଙ୍କ ଅନୁମତି, ଆସନ୍ତାକାଲି ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ମନୀଷ ସିସୋଦିଆ

ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ପାଇଛନ୍ତି ମନୀଷ ସିସୋଦିଆ। ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଏଏପି ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ନଭେମ୍ବର ୧୧ରେ ପତ୍ନୀଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ସମୟ ସୀମା ଦେଇଛନ୍ତି।

ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସିସୋଦିଆ ତାଙ୍କ ପତ୍ନୀଙ୍କ ପାଖରେ ରହିପାରିବେ। ଏହି ସମୟ ମଧ୍ୟରେ ସେ ଗଣମାଧ୍ୟମ ସହ କୌଣସି କଥାବାର୍ତ୍ତା କରିବେ ନାହିଁ। ରିପୋର୍ଟ ମୁତବକ, ରାଉସ୍ ଆଭେନ୍ୟୁ କୋର୍ଟ ଗଣମାଧ୍ୟମ ସହ କଥାବାର୍ତ୍ତା ନ କରିବା ଏବଂ ରାଜନୈତିକ ଅଂଶଗ୍ରହଣ ନ କରିବା ସର୍ତ୍ତରେ ସିସୋଦିଆଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍‌ରେ ଥିବା ଆପ୍‌ ନେତା ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ କୋର୍ଟରେ ଆବେଦନ କରିଥିଲେ। ସେ ପାଞ୍ଚ ଦିନର ସମୟ ମାଗିଥିଲେ। କିନ୍ତୁ କୋର୍ଟ ତାଙ୍କୁ ମାତ୍ର ୬ ଘଣ୍ଟା ସମୟ ଦେଇଛନ୍ତି। ୨୦୨୩ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। କହି ରଖୁଛୁ ଯେ ମନୀଷ ସିସୋଦିଆଙ୍କ ପତ୍ନୀ ଲମ୍ବା ସମୟରୁ Multiple Sclerosis ନାମକ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗର ଗମ୍ଭୀର ଲକ୍ଷଣ ହେଉଛି, ଏଥିରେ ମସ୍ତିଷ୍କର ଶରୀର ଉପରୁ ନିୟନ୍ତ୍ରଣ କମିବାରେ ଲାଗିଥାଏ।

Roshni

Recent Posts

ଯୁବକ ଯୁବତୀଙ୍କୁ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଖୋଜୁଛି ପୋଲିସ

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି…

7 mins ago

ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ…

29 mins ago

ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା…

51 mins ago

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍‌: ୨ ମୃତ, ୨୮ ଗୁରୁତର

ଉତ୍ତରପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଯାତ୍ରୀବାହୀ ବସ୍ ଓଲଟି…

1 hour ago

ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି ।…

1 hour ago

ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ…

2 hours ago