ସିବିଆଇ ମାମଲା: କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା ଲାଗିଛି । ସିବିଆଇ ମାମଲାରେ ତାଙ୍କ ନ୍ୟାୟିକ ହେପାଜତକୁ ପୁଣିଥରେ ବଢ଼ାଇ ଦିଆଯାଇଛି । ରାଉସ୍‌ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସେପଟେ କୋର୍ଟ ଏଏପି ନେତା ଦୁର୍ଗେଶ ପାଠକ ଏବଂ ଅନ୍ୟମାନଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡ୍‌ ପ୍ରଦାନ ଉପରେ ଜାମିନ ପ୍ରଦାନ କରିଛନ୍ତି । କୋର୍ଟଙ୍କ ଦ୍ୱାରା ଜାରି ସମନ ଉପରେ ସମସ୍ତେ ହାଜର ହୋଇଥିଲେ । ସିଏମ୍ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ତିହାର ଜେଲରୁ ହାଜର କରାଯାଇଥିଲା ।

କହି ରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ଦାଖଲ ଚାର୍ଜସିଟ ଉପରେ ସମନ ଜାରି କରାଯାଇଥିଲା । ବୁଧବାର ରାଉସ ଆଭେନ୍ୟୁ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଏଏପି ନେତା ଦୁର୍ଗେଶ ପାଠକ, ଅମିତ୍‌ ଅରୋରା, ଆଶିଷ ମାଥୁର, ପି. ଶରଦ ରେଡ୍ଡୀ ଓ ବିନୋଦ ଚୌହାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ହାଜର କରାଯାଇଥିଲା । କୋର୍ଟ ଏହି ଅଭିଯୁକ୍ତମାନଙ୍କୁ ସମନ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like