ଦିଲ୍ଲୀ ମଦ ଦୁର୍ନୀତି: ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ପୁଣି ବଢ଼ିଲା । କୋର୍ଟ ତାଙ୍କ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେଜ୍ରିୱାଲ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ।

ସିବିଆଇ ଅଭିଯୋଗ କରିଛି ଯେ ସିଏମ କେଜ୍ରିୱାଲ ୪୦ଟି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୯୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଦୁର୍ଗେଶ ପାଠକ ଗୋଆ ନିର୍ବାଚନର ପ୍ରଭାରୀ ଥିଲେ । ତାଙ୍କ ନିର୍ଦ୍ଦେଶରେ ଗୋଆ ନିର୍ବାଚନରେ ​​ସମସ୍ତ ଅର୍ଥ ଖର୍ଚ୍ଚ ହୋଇଥିଲା । ଏହି ଟଙ୍କା ସାଉଥ ଗ୍ରୁପରୁ ଆସିଥିବା ପ୍ରମାଣ ମଧ୍ୟ ରହିଛି ।

ସିବିଆଇ ୧୪ ଦିନର ନ୍ୟାୟିକ ହେପାଜତ ଦାବି କରିଥିଲା, କିନ୍ତୁ କୋର୍ଟ ଏକ ସପ୍ତାହର ହେପାଜତ ବଢ଼ାଇଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୨୦ରେ ନିମ୍ନ ଅଦାଲତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

କହି ରଖୁଛୁ ଯେ ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ମିଳିଛି । ଦିଲ୍ଲୀ ମଦ ଦୁର୍ନୀତିରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଉଭୟ ଇଡି ଏବଂ ସିବିଆଇ ମାମଲାରେ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏବେ ପାଞ୍ଚ ମାସ ପରେ କେ. କବିତା ଜେଲରୁ ବାହାରିବେ । ମାର୍ଚ୍ଚ ୯ରେ ତାଙ୍କୁ ଗିରଫ କରାଯାଇଥିଲା । ଜଷ୍ଟିସ ବି.ଆର. ଗଭଇ ଏବଂ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ କେ. କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like