ଦିଲ୍ଲୀ ମଦ ଦୁର୍ନୀତି: ଏବେ ତିହାର ଜେଲ୍‌ରେ ରହିବେ ସିଏମ୍‌ କେଜ୍ରିଓ୍ଵାଲ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ସୋମବାର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ସୋମବାର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

କେଜ୍ରିଓ୍ଵାଲଙ୍କ ୧୫ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା, ଯାହାପରେ ଆଜି ହିଁ ତିହାର ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ କେଜ୍ରିଓ୍ଵାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟ୍‌କା ମିଳିଥିଲା । ନ୍ୟାୟିକ ହେପାଜତରେ ରହିବା ବେଳେ ଓକିଲଙ୍କୁ ଭେଟିବା ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଥିଲେ । କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବା ପାଇଁ ଅନୁମତି ମାଗିଥିଲେ । ଏବେ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ଦିଆଯାଇଛି ।

୨୪ ଘଣ୍ଟା ମଧ୍ୟରେ କେଜ୍ରିଓ୍ଵାଲଙ୍କୁ ଦ୍ୱିତୀୟ ବଡ଼ ଝଟ୍‌କା ଲାଗିଥିଲା । ଏହାପୂର୍ବରୁ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଇଡି ଦ୍ୱାରା ତାଙ୍କ ଗିରଫଦାରୀକୁ ହାଇକୋର୍ଟ ଯଥାର୍ଥତା ବୋଲି କହିଥିଲେ ।

ହାଇକୋର୍ଟ କହିଥିଲେ ଯେ ଜଣେ ସାଧାରଣ ଏବଂ ଜଣେ ବିଶେଷ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଅଲଗା ଅଲଗା ହୋଇପାରିବ ନାହିଁ । କହି ରଖୁଛୁ କି, ଇଡି ପକ୍ଷରୁ କେଜ୍ରିଓ୍ଵାଲଙ୍କୁ ୯ ଥର ସମନ ଜାରି ହୋଇଥିଲା । ଏହା ପରେ ମଧ୍ୟ ସେ ପଚରାଉଚରା ପାଇଁ ହାଜର ହୋଇ ନ ଥିଲେ । ମାର୍ଚ୍ଚ ୨୧ରେ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିଓ୍ଵାଲ ।

You might also like