ବେଲ୍ ମିଳିଲା ଜଣକୁ କିନ୍ତୁ ଜେଲରୁ ବାହାରିଲା ଆଉ ଜଣେ

କୋର୍ଟ ବେଲ୍ ଦେଲେ ଜଣକୁ ହେଲେ ଜେଲରୁ ବାହାରିଲେ ଆଉ ଜଣେ । ଆଜ୍ଞା ହଁ , ଏଭଳି ଏକ ଘଟଣା ଘଟିଛି ବିହାରର ସିୱାନରେ । ପ୍ରକୃତରେ ଡକାୟତି ମାମଲାରେ ଗିରଫ ହେଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ସମାନ ଥିଲା । ତେବେ ଯେଉଁ ଅଭିଯୁକ୍ତକୁ କୋର୍ଟ ବେଲ୍ ଦେଇଥିଲେ ତା ସ୍ଥାନରେ କ୍ଲର୍କର ଭୁଲ୍ ଯୋଗୁଁ ଦ୍ବିତୀୟ ଅଭିଯୁକ୍ତ ଜେଲରୁ ବାହାରିଗଲା ।

କୋର୍ଟ ଗୁଲ ମହମ୍ମଦକୁ ଦେଇଥିଲେ ବେଲ୍ । କିନ୍ତୁ କ୍ଲର୍କର ଭୁଲ୍ ଯୋଗୁଁ ରିଲିଜ୍ ଅର୍ଡର ଦ୍ବିତୀୟ ମହମ୍ମଦକୁ ପଠାଇ ଦିଆଯାଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ବେଲ୍ ପାଇନଥିବା ମହମ୍ମଦକୁ ଛାଡି ଦେଲେ ଯେତେବେଳେ ତାର ଶୁଣାଣୀ ଏବେ ବି ପାଟଣା ହାଇକୋର୍ଟରେ ଚାଲିଛି । ଏବେ ବଢିଯାଇଛି ପୋଲିସର ଚିନ୍ତା । ବେଲ୍ ପାଇ ପଳାଇଥିବା ମହମ୍ମଦକୁ ଖୋଜି ଆଣିବା ପାଲଟିଛି ପୋଲିସ୍ ପାଇଁ ଚ୍ୟାଲେଞ୍ଜ ।

ସୂଚନା ଅନୁସାରେ, ୩ ଜାନୁଆରୀ ୨୦୧୯ରେ ସିୱାନରେ ଏକ ବଡ଼ ଧରଣର ଡକାୟତି ହୋଇଥିଲା । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍ । ଆଉ ଉଭୟଙ୍କ ନାଁ ଥିଲା ଗୁଲ୍ ମହମ୍ମଦ ।

Leave A Reply

Your email address will not be published.