ସ୍ୱାତି ମାଲିଓ୍ଵାଲ ମାମଲା: ବିଭବ କୁମାରଙ୍କୁ ପୁଣି ଝଟ୍‌କା, ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟ୍‌କା ମିଳିଛି । ତିସ୍‌ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହାପୂର୍ବରୁ ମଧ୍ୟ ତାଙ୍କୁ ଚାରି ଦିନ ଏବଂ ପରେ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ଆଜି ତାଙ୍କର ନ୍ୟାୟିକ ହେପାଜତ ଶେଷ ହେଉଥିବା ବେଳେ ଦିଲ୍ଲୀର ତିସ୍‌ ହାଜାରି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ହେଲେ ଏଠାରୁ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।