ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲା, ଗିରଫ ଅଭିଯୁକ୍ତକୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ମୁମ୍ବାଇ ବାନ୍ଦ୍ରା ସ୍ଥିତ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି । ଏହି ମାମଲାର ଯାଞ୍ଚ କରି ପୋଲିସ ଗିରଫ କରିଥିବା ମହମ୍ମଦ ଶରିଫୁଲ ଇସଲାମ ଶାହଜାଦକୁ ପଚରାଉଚରା କରୁଛି । ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିନାହିଁ । ଏହି ମାମଲାରେ ଆଜି କୋର୍ଟରେ ଗିରଫ ଅଭିଯୁକ୍ତକୁ ହାଜର କରାଯାଇଥିଲା । କୋର୍ଟ ଅଭିଯୁକ୍ତକୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଅପରାଧୀ ଜଣକ ହତିଆର କେଉଁଠୁ କିଣିଥିଲା ତାହା ଯାଞ୍ଚ କରିଛି ପୋଲିସ । ସମସ୍ତ ହତିଆରକୁ ପୋଲିସ ଜବତ କରିଛି । ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତ ରେକି କରିଥିଲା, ତାହାର ଯାଞ୍ଚ ହେବାକୁ ବାକି ରହିଛି । ଆଉ କିଏ ସହଯୋଗୀ ରହିଛି ପୋଲିସ ତାର ଛାନଭିନ୍ କରୁଛି । ପୋଲିସର ଗୋଟେ ଟିମ୍ ପଶ୍ଚିମବଙ୍ଗ ଯାଇଛି ।

ଅପରାଧୀ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି । ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ମ୍ୟାଚ ହେଉନଥିବା ପ୍ରଶ୍ନର ଉତ୍ତରରେ ପୋଲିସ ଡିସିପି କହିଛନ୍ତି, ଆମକୁ ଏପର୍ଯ୍ୟନ୍ତ ଫିଙ୍ଗରପ୍ରିଣ୍ଟ ସମ୍ବନ୍ଧୀୟ କୌଣସି ରିପୋର୍ଟ ମିଳିନାହିଁ । ଫିଙ୍ଗରପ୍ରିଣ୍ଟ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଯାଇଛି । ରିପୋର୍ଟକୁ ଆମେ ଅପେକ୍ଷା କରୁଛି ।

ତେବେ ଗିରଫ ହୋଇଥିବା ଯୁବକ ଆକ୍ରମଣକାରୀ ନୁହେଁ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ପୋଲିସ ସାମ୍ନାରେ ଅନେକ ପ୍ରଶ୍ନ ଉଠିଥିଲା । ଯାହାର ଉତ୍ତର ଦେଇଛନ୍ତି ପୋଲିସ ।

ସୂଚନାଯୋଗ୍ୟ, ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକକୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ ।  ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି ।  ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଥିଲା ।  ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଥିଲା ।

Also Read : ଜୀବନ ବଞ୍ଚାଇବା ଅଟୋ ଡ୍ରାଇଭରଙ୍କ ସହିତ ଦେଖା ହେଲେ ସୈଫ ଅଲ୍ଲୀ ଖାନ, ଦେଲେ ଏଭଳି ପ୍ରତିଶ୍ରୁତି