ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୪୯୧ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୪୯୧ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟରେ ୩୫୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି କୌଣସି ମୃତ୍ୟୁଜନିତ ଖବର ଆସିନାହିଁ । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୧୯୫୭ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଗୁଜରାଟରେ ୯୮୦, ଦିଲ୍ଲୀରେ ୭୨୮, ମହାରାଷ୍ଟ୍ରରେ ୬୦୭, ତାମିଲନାଡ଼ୁରେ ୨୧୯, ପଶ୍ଚିମବଙ୍ଗରେ ୭୪୭, ଛତିଶଗଡ଼ରେ ୪୧ ଏବଂ ଆନ୍ଧ୍ରପ୍ରଦେଶରେ ୮୫, କର୍ଣ୍ଣାଟକରେ ୪୨୩, ତାମିଲନାଡୁରେ ୨୧୯ ଆକ୍ରାନ୍ତ ରହିଛନ୍ତି ।
ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ମିଜୋରାମ ଏବଂ ମଣିପୁରରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ ।
JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । ଏଥିରେ ଏକ ଅତିରିକ୍ତ ପରିବର୍ତ୍ତନ ଅଛି ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ । JN.1 ପ୍ରକାର ଏତେ ବିପଜ୍ଜନକ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଅନେକ ଡାକ୍ତର କହିଛନ୍ତି ।
Also Read : ମୁମ୍ବାଇ : ଥାନେ ରେଲୱେ ଷ୍ଟେସନରେ ଅଘଟଣ, ଟ୍ରେନରୁ ଖସିପଡି ୫ ମୃତ