ବର୍ତ୍ତମାନ ରକ୍ତ ପରୀକ୍ଷାରୁ ଜଣା ପଡ଼ିବ ଲଙ୍ଗ୍‌ କୋଭିଡ୍‌ର ଲକ୍ଷଣ, ଲ୍ୟାନସେଟ ଅଧ୍ୟୟନରୁ କରାଗଲା ଦାବି

ବର୍ତ୍ତମାନ କିଛି ମାତ୍ରାରେ ଆୟତ ହୋଇଛି କୋଭିଡ୍। କିନ୍ତୁ ଏହି ମହାମାରୀ ଅନେକ ରୋଗ ସୃଷ୍ଟି କରାଇଛି, ଯାହା ପାଇଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ କିନ୍ତୁ ଅନେକ ପ୍ରଭାବ ପକାଇଛି ଫୁସଫୁସ ଉପରେ। ଜାହାପାଇଁ ଅନେକ ପରୀକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ୟୁନିଭରସିଟି କଲେଜ୍‌ ଲଣ୍ଡନ(UCL) ର ଅନୁସନ୍ଧାନକାରୀ SARS-CoV-2 ରେ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମୀଙ୍କ ରକ୍ତ ନମୁନାରେ ପ୍ରୋଟିନର ବିଶ୍ଳେଷଣ କରିଥିଲେ ଏବଂ ଯେଉଁମାନେ ସଂକ୍ରମିତ ନଥିଲେ ତାଙ୍କ ସହିତ ତୁଳନା କରିଥିଲେ। ସେମାନେ କହିଥିଲେ ଲଙ୍ଗ ବା ଫୁସଫୁସ୍ ଜନିତ ସମସ୍ୟା ଜାଣିବା ପାଇଁ ବର୍ତ୍ତମାନ ରକ୍ତ ପରୀକ୍ଷା କରାଯାଇ ପାରିବ। ତେବେ ସେମାନେ କରିଥିବା ପରୀକ୍ଷାରେ ସଂକ୍ରମଣର ୬ ସପ୍ତାହ ପରେ ପ୍ରୋଟିନ ସ୍ତରରେ ବହୁତ ପରିବର୍ତ୍ତନ ଦେଖାଯାଇଥିଲା।

କରୋନା ଭାଇରସ୍‌ (SARS-CoV-2) ରେ ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ଲମ୍ବା ସମୟ ପାଇଁ ଲକ୍ଷଣ ଦେଖାଦେବ କି ନାହ,ଏହା ବ୍ଲଡ୍‌ ଟେଷ୍ଟରୁ ହିଁ ଜଣା ପଡ଼ିଯିବ ବୋଲି ସେମାନେ କହିଛନ୍ତି। ଏହା ନେଇ ଲାନସେଟ୍‌ର eBioMedicine ଜର୍ନାଲରେ ପ୍ରକାଶ ପାଇଛି। କୋଭିଡ-୧୯ ଭାଇରସ କିଛି ଲୋକଙ୍କ ଦେହରେ ଲମ୍ପା ସମୟ ପାଇଁ ପ୍ରଭାବ ରଖିଥାଏ,ଯାହାକୁ ଲଙ୍ଗ୍‌ କୋଭିଡ ବୋଲି କୁହାଯାଏ।

ସନ୍ଧାନକାରୀମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏଲ୍ଗୋରିଥମର ପ୍ରୟୋଗ କରି ଅନେକ ପ୍ରୋଟିନର ବହୁଳତାରେ ଏକ ଲକ୍ଷଣ ପାଇଲେ ଯାହା ଜଣେ ସଂକ୍ରମିତ ବ୍ୟକ୍ତିର ଦେହରେ ଏକ ବର୍ଷପରେ ଲଗାତାର ଲକ୍ଷଣ ଦେଖିବାକୁ ମଳିବ ନା ନାହିଁ। ସନ୍ଧାନକାରୀ କହିଛନ୍ତି ଯଦି ଏହି ଫଳାଫଳକୁ ରୋଗୀର ଏକ ସ୍ୱତନ୍ତ୍ର ଅଙ୍ଗରେ ଦୋହରାଯାଏ ତେବେ ସମ୍ଭାବିତ ରୂପରେ ଏକ ପୋଲିମରେଜ୍‌ ଚେନ୍‌ ରିଆକ୍ସନ(PCR) ଟେଷ୍ଟ ସହିତ ଟେଷ୍ଟ କରାଯିବ ଯାହା ଲଙ୍ଗ୍‌ କୋଭିଡ ହେବାର ସମ୍ଭାବନାର ଅନୁମାନ ଲଗାଇ ପାରିବ। UCL ଗଭେଷଣାର ପ୍ରମୁଖ ଲେଖକ ଗେବୀ କ୍ୟାପ୍ଟର କହିଛନ୍ତି ଆମ ଅଧ୍ୟୟନରୁ ଆମେ ଜାଣିଛୁ ଯେ ଆମ ରକ୍ତରେ ଆଂଶିକ କିମ୍ବା ଲକ୍ଷଣ ଦେଖାଯାଉ ନଥିବା କୋଭିଡ-୧୯ ଆମ ରକ୍ତର ପ୍ରୋଟିନ ପ୍ରୋଫାଇଲ୍‌ କୁ ପ୍ରଭାବିତ କରୁଛନ୍ତି। ତେବେ ବର୍ତ୍ତମାନ ଟେଷ୍ଟିଂ କିଟ୍ ଦ୍ଵାରା ଆପଣ ନିଜ ଲଙ୍ଗ କଣ୍ଡିସନ ବିଷୟରେ ଜାଣିପାରିବେ।

ହସ୍ପିଟାଲରେ ଉପଲବ୍ଧ ଟେଷ୍ଟିଂ କିଟ୍:
ବର୍ତ୍ତମାନ ଏହି ଟେଷ୍ଟିଂ କିଟ୍ ହସ୍ପିଟାଲରେ ମଧ୍ୟ ଉପଲବ୍ଧ। କରାଯାଇଥିବା ଷ୍ଟଡ଼ିର ସିନିୟର୍ ଲେଖକ କହିଛନ୍ତି ଏହି ଟେଷ୍ଟିଂ କିଟ୍ ଖୁବ୍ ଶୀଘ୍ର ଫୁସଫୁସ ବିଷୟରେ କହିବ। ତେବେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ କୋଭିଡ୍ ସଂକ୍ରମିତ ହୋଇଥିବା କିଛି ଲୋକଙ୍କ ମଧ୍ୟରେ ପ୍ରୋଟିନ ସ୍ତର ମଧ୍ୟ ଅଧିକ ଥାଏ। କିନ୍ତୁ ପ୍ରୋଟିନ ସ୍ତର ଅଧିକ ହେବା ମଧ୍ୟ ଶରୀର ପାଇଁ ହାନିକାରକ। ତେବେ ନିଜ ଖାଦ୍ୟ ପେୟକୁ ନିୟନ୍ତ୍ରଣ କରିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.