୧୪ ଦିନରେ ପ୍ରାଣ ହରାଇଲେଣି ୫୦ ହଜାର କରୋନା ସଂକ୍ରମିତ, ଜାଣନ୍ତୁ ଆଜି ଦେଶରେ କେତେ ଅଛି ଦୈନିକ ସଂକ୍ରମଣ

ନୂଆଦିଲ୍ଳୀ : ଦେଶରେ ଗତ ୨୪ ଘଣ୍ଟାରେ ୪ ହଜାର ୨୦୫ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟାରେ ଏହା ରେକର୍ଡ । ପୂର୍ବରୁ ଶୁକ୍ରବାର ଦିନ ୪ ହଜାର ୧୮୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୦ ହଜାର ଅତିକ୍ରମ କରିଛି । ସବୁଠୁ ବଡ଼ କଥା ହେଉଛି ଗତ ୧୪ ଦିନରେ କେବଳ ପ୍ରାଣ ହରାଇଛନ୍ତି ୫୦ ହଜାର ରୋଗୀ । ଏପର୍ଯ୍ୟନ୍ତ ୨ଲକ୍ଷ ୫୪ହଜାର ୧୯୭ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌। ଗତ ୧୪ ଦିନ ମଧ୍ୟରେ ଦୈନିକ ହାରାହାରି ୩ ହଜାର ୫୨୮ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୫ହଜାର ୩୩୮। ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ରରେ ଦୁଇ ଦିନ ଧରି ୬୦୦ ତଳକୁ ମୃତ୍ୟୁସଂଖ୍ୟା ଥିବା ବେଳେ ଏବେ ୭୯୩କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.