‘ଡୋର ଟୁ ଡୋର’ ବୁଲି ଟୀକାକରଣ ସମ୍ଭବ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟୀକାକରଣ ଅଭିଯାନକୁ ନେଇ ସୁପ୍ରିମକୋର୍ଟ ବୁଧବାର ବଡ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ଘର ଘର ବୁଲି ଟିକାକରଣ କରିବା ପାଇଁ ସରକାରଙ୍କୁ ଆଦେଶ ଦେବାକୁ ମନା କରି ଦେଇଛନ୍ତି । ଅଦାଲତ କହିଛନ୍ତି, ଦେଶରେ ଘର ଘର ଯାଇ ଟିକାକରଣ କରାଯିବା ସମ୍ଭବ ନୁହେଁ । ବର୍ତ୍ତମାନ ଦେଶରେ ଟିକାକରଣ ସଠିକ୍ ଢଙ୍ଗରେ ଚାଲିଛି । ତେଣୁ ଏମିତି ସ୍ଥିତିରେ ବର୍ତ୍ତମାନର ଟିକାକରଣ ନୀତିକୁ ବନ୍ଦ କରି ଅଲଗା ଆଦେଶ ପାରିତ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟ ବିକଳାଙ୍ଗ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଡୋର ଟୁ ଡୋର କରୋନା ଟିକାକରଣ କରାଯିବା ଦାବିକୁ ଖାରଜ କରିଛନ୍ତି । ଏହା ଉପରେ ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ବିକ୍ରମ ନାଥ ଓ ବିଚାରପତି ହେମା କୋହଲିଙ୍କ ପୀଠ କହିଛନ୍ତି, ଟିକାକରଣ ଅଭିଯାନ ସଠିକ୍ ମାର୍ଗରେ ଚାଲିଛି । ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆସଲାଣି ।

ଅନ୍ୟପଟେ ପୀଠ କହିଛନ୍ତି, ଲଦାଖର ସ୍ଥିତି କେରଳଠୁ ଭିନ୍ନ । ସେହି ପରି ଉତ୍ତର ପ୍ରଦେଶର ସ୍ଥିତି ଅନ୍ୟ ରାଜ୍ୟଠୁ ଭିନ୍ନ । ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳର ସ୍ଥିତିଠୁ ମଧ୍ୟ ଅଲଗା । ଏମିତିରେ ଆପଣ ପୂରା ଦେଶ ପାଇଁ ପାଇଁ ଗୋଟିଏ ଆଦେଶ ଚାହିଁ ପାରିବେ ନାହିଁ । ଦେଶରେ ଟିକାକରଣ ଅଭିଯାନ ସଠିକ୍ ପ୍ରଗତିରେ ଚାଲିଛି ବୋଲି ଖଣ୍ଡପୀଠ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.