ବରଯାତ୍ରୀ ନେଇ ଯାଉଥିବା ବେଳେ ଅଧବାଟରେ ଜଣାପଡ଼ିଲା ବର କରୋନା ପଜିଟିଭ, ଆଉ ତା’ ପରେ…

ଦେଶରେ କରୋନା ଭାଇରସର ମାମଲା ଦ୍ରୁତ ବେଗରେ ବଢ଼ୁଥିଲେ ମଧ୍ୟ ଲୋକମାନେ କିନ୍ତୁ ବିବାହ କରିବା ଛାଡ଼ୁ ନାହାନ୍ତି। ମାତ୍ର ଏହି ବିବାହ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ଏକ ତାଜା ମାମଲା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ। ଏଠାରେ ବାହା ହେବାକୁ ଯାଉଥିବା ଏକ ବର ଓ ଗାଡ଼ି ଡ୍ରାଇଭର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ କରୋନା ସଂକ୍ରମିତ ହୋଇଥିବା ନେଇ ଅଧ ବାଟରେ ପୋଲିସ ରାପିଡ ଟେଷ୍ଟ କରିବାରୁ ଜଣାପଡ଼ିଥିଲା।

ତେବେ ବର ଓ ଡ୍ରାଇଭର କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଚହଳ ସୃଷ୍ଟି ହୋଇଥିଲା। ଲୋକମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ। ବିବାହ କାର୍ଯ୍ୟକ୍ରମକୁ ମଧ୍ୟ ମଝିରୁ ହିଁ ବନ୍ଦ କରିବାକୁ ପଡ଼ିଥିଲା। ଅନ୍ୟପଟେ ପୋଲିସ ବର ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ଏହି ଘଟଣାରେ ASP ଦେବେନ୍ଦ୍ର ପାଟିଦାର କହିଛନ୍ତି, ଶୁକ୍ରବାର ୨ଟି ଗାଡ଼ି ଅଟକାଇ ସମସ୍ତଙ୍କର ରାପିଡ ଆଣ୍ଟିଜେନ୍ ଟେଷ୍ଟ କରିଥିଲୁ। ସେମାନଙ୍କ ମଧ୍ୟରୁ ବର ଓ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆଇନ ଓ ଧାରା ୧୮୮ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.