କରୋନା ପିଡୀତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ MDH ମାଲିକ ମହାଶୟ ଧର୍ମପାଲ, ଦାନ କଲେ ୫ କୋଟି

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦେଶର ପରିସ୍ଥିତି ବିଷୟରେ ଆପଣମାନେ ଜାଣିଥିବେ। ଏହି କାରଣରୁ ମହାମାରୀ ଭଳି ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ପିଏମ-କେୟର୍ସ ଫଣ୍ଡ ଗଠନ କରିଛନ୍ତି, ଯେଉଁଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାରମାନେ ସହଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଏମଡିଏଚ କମ୍ପାନୀର ଚେୟାରମ୍ୟାନ ମହାଶୟ ଧର୍ମପାଲ ନିଜ ଜନ୍ମଦିନ ଅବସରରେ କରୋନା ମହାମାରିରେ ପୀଡିତ ଲୋକଙ୍କୁ ସାହାଯ୍ୟ ପାଇଁ ୫କୋଟି ଟଙ୍କା ଦାନ ଦେବା ପାଇଁ ଘୋଷଣା କରିଛନ୍ତି।

MDH Masala Owner Success Story

ସୂଚନା ଅନୁଯାୟୀ ଏହି ୫କୋଟି ଟଙ୍କାରୁ ସେ ୨.୫କୋଟି ପ୍ରଧାନମନ୍ତ୍ରୀ କେୟର୍ସ ଫଣ୍ଡରେ ଦେବେ ଏବଂ ୧କୋଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦେବେ। ସେହିଭଳି ୧କୋଟି ଟଙ୍କା ହରିୟାଣା ସରକାରଙ୍କୁ ଏବଂ ୫୦ଲକ୍ଷ ଆର୍ଯ୍ୟ ସମାଜ ଫଣ୍ଡରେ ଦାନ ଦେବା ପାଇଁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.