୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଦେବାକୁ ଦାବି, ହାଇକୋର୍ଟରେ ପିଟିସନ ଦାଖଲ କଲା ୧୨ ବର୍ଷର ଟିୟା

ନାବାଳକଙ୍କୁ ବି ଦିଆଯାଉ କରୋନା ଟିକା। ଏଭଳି ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ୧୨ ବର୍ଷର କୁନି ଝିଅ ପିଟିସନ ଫାଇଲ କରିଛି। ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ୧୨ ବର୍ଷୀୟା ଟିୟା ଗୁପ୍ତା ଯେତେ ଶୀଘ୍ର ସମ୍ଭବ ସେତେ ଜଲଦି ୧୨-୧୭ ବର୍ଷର ପିଲାଙ୍କୁ ଟିକା ଦେବାକୁ ଦାବି କରିଛନ୍ତି। ଆଡଭୋକେଟ ଅଭିନବ ମୁଖାର୍ଜୀଙ୍କ ମାଧ୍ୟମରେ ଟିୟା ଏହି ପିଟିସନ ଫାଇଲ କରିଛି।

ପିଟିସନରେ କୁହାଯାଇଛି ଅନେକ ପିଲା ମାତା-ପିତାଙ୍କ ମୃତ୍ୟୁ ଯୋଗୁ ଅନାଥ ହୋଇଯାଉଥିବା ରିପୋର୍ଟ ରହିଛି। କରୋନା ବିପକ୍ଷରେ ଦେଶରେ ଜାରି ରହିଥିବା ଟିକାକରଣ ସମାଜର ଗରିବ ତଥା ଅସହାୟ ପିଲା ଓ ଅଭିଭାବକଙ୍କ ପାଇଁ ବିଫଳ ହୋଇଛି।

ଅନ୍ୟପଟେ ନିକଟରେ ୧୮-୪୪ ବର୍ଷର ଲୋକଙ୍କ ଲାଗି ପର୍ଯ୍ୟାପ୍ତ ଟିକା ରଖିବା ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ମାଗି ଏକ ପିଟିସନ ଦାଖଲ କରାଯାଇଥିଲା। ତେବେ ଏହି ମାମଲାରେ ଓକିଲ କହିଛନ୍ତି, ଦୁଇ ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପରିଣାମ ଯେମିତି ରାଜଧାନୀବାସୀ ନ ଭୋଗନ୍ତି, ସରକାର ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.