କରୋନା ମୁକାବିଲା ପାଇଁ ନିଜ ସଞ୍ଚୟ ଟଙ୍କା ଦାନ କଲେ ମୋଦିଙ୍କ ମା’, ଦେଲେ ଏତିକି ଅର୍ଥ

କରୋନା ଭାଇରସ ସହ ଏବେ ସାରା ବିଶ୍ୱ ଲଢ଼ୁଛି। ଟୀକା ବା କୌଣସି ମେଡ଼ିସିନ ବାହାରିନଥିବାରୁ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଭାରତ ମଧ୍ୟ ଏହି ମହାମାରୀ ସହ ଯୁଦ୍ଧ ଜାରି ରଖିଛି। କରୋନା ସହ ଚାଲିଥିବା ଏହି ଲଢ଼େଇରେ ଦେଶର ପ୍ରତ୍ୟେକ ନାଗରିକ ସାହାଯ୍ୟର ହାତ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି।

Narendra Modi G biography || नरेन्द्र मोदी का ...

ମୋଦିଙ୍କ ଅନୁରୋଧ ରକ୍ଷା କରି ଦେଶର ବଡ ବଡ଼ ରଥୀ ମହାରଥୀଙ୍କ ସମେତ ଛୋଟ ଛୁଆ ବି କିଛି କିଛି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି। ତେବେ ଏହି ତାଲିକାରେ ଏବେ ପ୍ରଧାନମନ୍ତ୍ରୀଙ୍କ ମା’ ସାମିଲ ହୋଇଛନ୍ତି। ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ କରୋନା ଭାଇରସର ମୁକାବିଲା କରିବା ପାଇଁ ନିଜ ସଞ୍ଚୟରୁ ୨୫ ହଜାର ଟଙ୍କା ଦାନ କରିଛନ୍ତି।

modi maa

ସୂଚନାଯୋଗ୍ୟ ଯେ କରୋନା ଭାଇରସ ସହ ମୁକାବିଲା କରିବାକୁ ଶନିବାର ଦିନ କେନ୍ଦ୍ର ସରକାର ପିଏମ୍ କେୟାର୍ସ ଫଣ୍ଡ ନାମରେ ଏକ ଟ୍ରଷ୍ଟ ସ୍ଥାପନ କରିଥିଲେ। ଇତି ମଧ୍ୟରେ ଶହ ଶହ ଲୋକ ଏଥିରେ ଟଙ୍କା ଦାନ କରିଛନ୍ତି।

Leave A Reply

Your email address will not be published.