କରୋନା ସଂକ୍ରମିତ ଲୋକଙ୍କ ଶୁକ୍ରାଣୁ ଉପରେ ରିସର୍ଚ୍ଚ ଆରମ୍ଭ କରିଛି ନାର୍ବେ। ଏହି ରିସର୍ଚ୍ଚ ପାଇଁ ରିସର୍ଚ୍ଚରମାନେ ସଂକ୍ରମିତ ବ୍ୟକ୍ତିଙ୍କ ଶୁକ୍ରାଣୁର ସାମ୍ପଲ ଏକାଠି କରିବାରେ ଲାଗିପଡ଼ିଛନ୍ତି। ଏବେ ଯାଏଁ ଏହି ରିସର୍ଚ୍ଚରମାନେ ୩୦ରୁ ୪୦ ବର୍ଷରୁ ଅଧିକ ବୟସର ୫୦ ରୋଗୀଙ୍କ ନମୁନା ସଂଗ୍ରହ କରିଛନ୍ତି। ଏହି ରିସର୍ଚ୍ଚରୁ ଜଣାପଡ଼ିବ କରୋନା ଯୋଗୁ ବ୍ୟକ୍ତିଙ୍କ ଶୁକ୍ରାଣୁ ଓ ଆଗାମୀ ପିଢ଼ିର ଇମ୍ୟୁନିଟି ସିଷ୍ଟମ୍ ଉପରେ କିଭଳି ପ୍ରଭାବ ପଡ଼ୁଛି।
ନାର୍ବେର ବରଜନ୍ ୟୁନିଭର୍ସିଟି ତରଫରୁ କରାଯାଉଥିବା ଏହି ରିସର୍ଚ୍ଚରେ ଛାତ୍ରମାନଙ୍କୁ ମଧ୍ୟ ସାମିଲ କରିବାକୁ ପ୍ଲାନିଂ ଚାଲିଛି। ତାଙ୍କ ନମୁନା ବର୍ଷେ ପରେ ଟେଷ୍ଟିଂ କରାଯିବ। ଏହି ରିସର୍ଚ୍ଚ ପରେ ଜଣାପଡ଼ିବ କରୋନା ସଂକ୍ରମଣ ଇମ୍ୟୁନିଟି ସିଷ୍ଟମ୍କୁ କିଭଳି ପ୍ରଭାବିତ କରୁଛି। ଅନ୍ୟପଟେ କରୋନା ଭବିଷ୍ୟତରେ ପିଲାଙ୍କ ଇମ୍ୟୁନିଟି ସିଷ୍ଟମ୍ ଉପରେ କିଭଳି ପ୍ରଭାବ ପକାଇବ ତାହା ଫଲୋ-ଅପ୍ ରିପୋର୍ଟରୁ ଜଣାପଡ଼ିବ ବୋଲି ରିସର୍ଚ୍ଚରମାନେ କହିଛନ୍ତି।
ଏ ନେଇ ବରଜନ ୟୁନିଭର୍ସିଟିର ସେଣ୍ଟର ଫର ଇଣ୍ଟରନ୍ୟାସନାଲ ହେଲ୍ଥର ପ୍ରଫେସର ସେସିଲି ବାନେସ୍ କହିଛନ୍ତି ‘ଇମ୍ୟୁନିଟି ସିଷ୍ଟମ୍ ସବୁପ୍ରକାରର ସଂକ୍ରମଣକୁ ମୁକାବିଲା କରିବାରେ ସକ୍ଷମ ହୋଇଥାଏ। ଆମେ ଅଧ୍ୟୟନ କରିବାକୁ ଚାହୁଁଛୁ ଇମ୍ୟୁନିଟି ସିଷ୍ଟମ୍ କରୋନା ଭାଇରସ୍ର କେମିତି ମୁକାବିଲା କରୁଛି। କରୋନା କେତେ ମାତ୍ରାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିପାରୁଛି ତାହା ଜାଣିବାକୁ ଆମେ ଏହି ରିସର୍ଚ୍ଚ କରୁଛୁ’।
Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…
କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…
ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…