ପୁଣିଥରେ କାୟା ମେଲାଇଲାଣି କରୋନା, ଅହମ୍ମଦାବାଦ ଓ ଓଡ଼ିଶାରେ ଶତାଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ପୁଣିଥରେ କାୟା ମେଲାଇଲାଣି କରୋନା ଭାଇରସ୍‌। ଗୁଜରାଟ ଓ ଓଡ଼ିଶାରେ କରୋନାର ଚିନ୍ତାଜନକ ସଂଖ୍ୟା ସାମ୍ନାକୁ ଆସିଛି। ଗୁଜରାଟର ଏକ ଡିଜାଇନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ୨୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାର ଏକ ସ୍କୁଲରେ ୬୪ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।

ଅହମ୍ମଦାବାଦ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ (National Institue of design) ରେ କୋଭିଡ୍‌ର ୨୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏଣୁ ସେଠାରେ ୧୭୮ ଜଣଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି। ଏହି କାରଣରୁ ଅହମ୍ମଦାବାଦ ନଗର ନିଗମ ଏନ୍‌ଆଇଡି କ୍ୟାମ୍ପସକୁ ଛୋଟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। NID ର ଦୁଇ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁଜରାଟର ଏକ ଶିକ୍ଷାନୁଷ୍ଠାନରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ଗାନ୍ଧୀ ନଗରର ଗୁଜରାଟ ନ୍ୟାସନାଲ ଲ’ ୟୁନିଭର୍ସିଟି (GNLU)ରେ ଗତ ମାସରେ ୧୬୨ କରୋନା ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ GNLUରେ କରୋନା ମାମଲା ଶୂନ ହୋଇଛି।

ଦେଶରେ ବଢ଼ୁଛି କରୋନା ମାମଲା:

ଗୁଜରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ବି କରୋନା ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୭ ତାରିଖ ଦିନ ପାଖାପାଖି ୪୦୦୦ କରୋନା କେସ୍‌ ସାମ୍ନାକୁ ଆସିଥିଲା। ସେହିପରି ଗତ କାଲି ଅର୍ଥାତ୍‌ ୮ ତାରିଖରେ ୩୪୫୧ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଥିଲେ। ଗୁଜରାଟରେ ବର୍ତ୍ତମାନ ୧୪୭ଟି ଆକ୍ଟିଭ୍‌ କୋଭିଡ୍‌ କେସ୍‌ ମିଳିଛି। ସେହିଭଳି ୧୫୯୦ ଲୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ରାଜ୍ୟରେ ଏବେ ଯାଏଁ ୧୦,୯୪୧ ଲୋକଙ୍କ ଜୀବନ କରୋନା ଯୋଗୁ ଯାଇ ସାରିଲାଣି।

ଦେଶର ଅନ୍ୟ ରାଜ୍ୟ ଭଳି ଗୁଜରାଟରେ ବି କରୋନାର ତୃତୀୟ ଲହରରେ ଟିକେ ବ୍ରେକ୍‌ ଲାଗିଥିଲା। କିନ୍ତୁ ଏପ୍ରିଲରୁ ପୁଣି ଥରେ ଏହି ସଂଖ୍ୟା ବଢ଼ିଛି। ଏପ୍ରିଲ ୨୧ରେ ଜାମନଗରରେ କରୋନାରେ ଏକ ୫ ବର୍ଷର ଝିଅର ଜୀବନ ଯାଇଥିଲା। ସେତେବେଳେ ରାଜ୍ୟରେ ୧୦୦ ଦିନ ପରେ କରୋନାର କାହାର ମୃତ୍ୟୁ ଘଟିଥିଲା। ଅନ୍ୟ ପରେ ଅନ୍ୟ ରାଜ୍ୟରେ ବି ସ୍କୁଲ ପିଲାମାନେ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସିଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇଛି।

Also Read: ନିର୍ବନ୍ଧ କଲେ ସୋନାକ୍ଷୀ ସିହ୍ନା! ମୁଦି ଦେଖାଇ ମିଷ୍ଟ୍ରି ବୟଙ୍କ ସହ ସେୟାର କଲେ ଫଟୋ; ନଜର ପକାନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.