ପୁଣି ଡରାଇଲାଣି କରୋନା ! ସାରା ବିଶ୍ୱରେ ବିପଦ ସୃଷ୍ଟି କରିପାରେ କୋଭିଡ୍‌ ନୂଆ ସବ୍‌-ଭାରିଆଣ୍ଟ ‘XEC’

ସାରା ବିଶ୍ୱରେ ପୁଣି ଡରାଇଲାଣି କରୋନା ଭାଇରସ୍ । ୟୁରୋପରେ କୋଭିଡ୍‌-୧୯ର ନୂଆ ସବ୍‌-ଭାରିଆଣ୍ଟ ‘XEC’ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ସବ୍-ଭାରିଆଣ୍ଟ XEC ବର୍ତ୍ତମାନ ବିଶ୍ୱ ସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଦୃଷ୍ଟି ଆର୍କଷଣ କରୁଛି ।

XECର ପ୍ରଥମ ମାମଲା ଜର୍ମାନୀରେ ମିଳିଥିଲା । କିନ୍ତୁ ଏହାପରେ ନେଦରଲାଣ୍ଡ ଏବଂ ପଶ୍ଚିମ ୟୁରୋପର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଚିହ୍ନଟ କରାଯାଇଥିଲା । ଡାକ୍ତର ଏବଂ ବୈଜ୍ଞାନିକମାନେ XEC ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କାରଣ, ଏହି ସବ୍‌-ଭାରିଆଣ୍ଟ KP.3.1.1ଠାରୁ ମଧ୍ୟ ଅଧିକ ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ଆମେରିକାରେ ସବୁଠାରୁ ସାଧାରଣ ଷ୍ଟ୍ରେନ ହେଉଛି ଏହି ସବ୍-ଭାରିଆଣ୍ଟ । ଲସ୍ ଆଞ୍ଜେଲସ୍ ଟାଇମ୍ସ ଅନୁଯାୟୀ, କାଲିଫର୍ଣ୍ଣିଆର ଜଣେ ଡାକ୍ତର କହିଛନ୍ତି ଯେ XEC ବର୍ତ୍ତମାନ ଛୋଟ ସ୍ତରରେ ବ୍ୟାପୁଛି । କିନ୍ତୁ ଶୀଘ୍ର ଏହା ବିସ୍ତାର ହୋଇପାରେ । ଯଦିଓ ସେ କହିଛନ୍ତି କି, ବିଶ୍ୱବ୍ୟାପୀ ଏବଂ ଘରୋଇ ସ୍ତରରେ ବ୍ୟାପିବା ପାଇଁ ଏହାକୁ ଅନେକ ସପ୍ତାହ କିମ୍ବା ମାସ ଲାଗିପାରେ ।

ବିଶେଷଜ୍ଞମାନେ ଚତୋବନୀ ଦେଇଛନ୍ତି, XEC ପରବର୍ତ୍ତୀ ପ୍ରମୁଖ ଭାରିଆଣ୍ଟ ହୋଇପାରେ । XEC ମାମଲା ଆମେରିକାରେ ଦେଖାଦେଇଛି । କିନ୍ତୁ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନର ଭାରିଆଣ୍ଟ ଟ୍ରାକର ୱେବସାଇଟରେ ବ୍ୟକ୍ତିଗତ ରୂପେ ଏହାକୁ ଟ୍ରାକ କରାଯାଉ ନାହିଁ, ଯାହାକି ଚିନ୍ତାଜନକ ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like