ଦେଶ ବିଦେଶ

ବର୍ଷେ ପରେ ଉହାନକୁ ଫେରିଲା କରୋନା, ଜଣେ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ

ଚୀନକୁ ଫେରିଛି କରୋନା। ମହାମାରୀର ଉତ୍ପତ୍ତି ସ୍ଥଳ ଉହାନରୁ ପୁଣି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ଷେ ପରେ ଚିହ୍ନଟ ହୋଇଛି କରୋନା କେସ୍‌। ଉହାନରେ ଲୋକାଲ୍‌ କେସ୍‌ ବାହାରିବା ପରେ ଚୀନର ଟେନସନ୍‌ ବଢ଼ିଛି। ଭାଇରସ୍‌ ବ୍ୟାପିବା ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଉହାନର ସମସ୍ତ ବାସିନ୍ଦାଙ୍କର କୋଭିଡ୍‌ ଟେଷ୍ଟ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ୧ କୋଟି ୧୦ ଲକ୍ଷ ଲୋକଙ୍କର କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାଲିଛି କଣ୍ଟାକ୍ଟ ଟ୍ରେସିଂ। ଚୀନର ୭ଜଣ ପ୍ରବାସୀ ଶ୍ରମିକ କରୋନା ପିଜିଟିଭ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ କେତେ ସଂକ୍ରମିତ ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଦେଇନି ଚୀନ୍‌। ଚୀନରେ ବର୍ତ୍ତମାନ ଡେଲଟା ଭାରିଏଣ୍ଟ କେସ୍‌ ଅଚାନକ ବଢୁଛି । ରାଜଧାନୀ ବେଜିଂ ସମେତ ୧୫ ସହରରେ ବ୍ୟାପୁଛି ଡେଲଟା ଭାଇରସ୍‌ । ସ୍ଥିତି ନିୟନ୍ତ୍ରଣ ପାଇଁ ବହୁ ସହରରେ ପୂର୍ବଭଳି କଟକଣା ଲାଗୁ କରାଯାଇଛି । କ୍ୱାରେଣ୍ଟାଇନରେ ଅଛନ୍ତି ଲକ୍ଷାଧିକ ଲୋକ । ଗତବର୍ଷ ଉହାନରେ କରୋନା କାୟା ବିସ୍ତାର କରିଥିଲା ।

ଅନ୍ୟପଟେ କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ଏବେ ବି ଚୀନ୍‌ ଉପରେ ସାରା ବିଶ୍ୱର ସନ୍ଦେହ ଆଖି ବୁଲୁଛି । ଉହାନରୁ ହିଁ ପ୍ରାଣଘାତୀ କରୋନାର ସୃଷ୍ଟିସ୍ଥଳ । ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ଲିକ୍‌ ହୋଇଛି ଭାଇରସ୍‌ । ଏନେଇ ଠୋସ୍‌ ପ୍ରମାଣ ମିଳିଛି । ଏହି ଦାବି କରିଛି ଆମେରିକା ରିପବ୍ଲିକାନ୍‌ ପାର୍ଟି । ରିପୋର୍ଟରେ ରିପବ୍ଲିକାନ୍‌ ପାର୍ଟି କହିଛି, ମାଂସ ମାର୍କେଟ ନୁହେଁ । ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଲାବ୍ରୋଟୋରୀରୁ ଲିକ୍‌ ହୋଇଥିଲା କରୋନା ଭାଇରସ୍‌ । ସେଠାରେ ଭୂତାଣୁ ତିଆରି କରୁଥିଲେ ବୈଜ୍ଞାନିକ। ଭବିଷ୍ୟତରେ ବ୍ୟବହାର ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଥିଲେ । କିନ୍ତୁ ଲ୍ୟାବ୍‌ରୁ ୨୦୧୯ରେ ଲିକ୍‌ ହୋଇଥିଲା । କୁହାଯାଉଛି, ୨୦୧୯ ସେପ୍ଚେମ୍ବର ୧୨ ତାରିଖ ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ଭୂତାଣୁ ବାହାରେ ବ୍ୟାପିଥିଲା । ଉହାନରୁ ସାରା ବିଶ୍ୱକୁ ଗ୍ରାସିଛି । ୪୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଚର୍ଚ୍ଚା ହେଉଛି, କରୋନା ଭାଇରସ୍‌କୁ ଜୈବାସ୍ତ୍ର କରି ତୃତୀୟ ବିଶ୍ୱଯୁଦ୍ଧ ଲଢ଼େଇର ପରିକଳ୍ପନା କରିଥିଲା ଚୀନ୍‌ । ଉତ୍ପତ୍ତି ସ୍ଥଳ ଓ ଲାବ୍‌ ଲିକ୍‌ ଥିଓରୀ ଜାଣିବାକୁ ବିଶ୍ୱର ବହୁ ବିଶିଷ୍ଟ ବୈଜ୍ଞାନିକ ଉଦ୍ୟମ ଜାରି ରଖିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଉହାନ ଯାଇ ତଦନ୍ତ କରିଛି । ସେପଟେ ଉତ୍ପତ୍ତି ସ୍ଥଳ ଜାଣିବାକୁ ମାସେ ତଳେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । କୋଭିଡ୍‌ ଭାଇରସ୍‌ ଉପରେ ଗବେଷଣା ପାଇଁ ଉହାନ୍‌ ଲ୍ୟାବ୍‌କୁ ୨୦୧୩ ରୁ ୨୦୨୦ ମଧ୍ୟରେ ୩୯ ମିଲିଅନ୍‌ ଡଲାର ଦେଇଥିଲା ଅମେରିକାର ପ୍ରତିରକ୍ଷା ବିଭାଗ ।

WCW 11

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 min ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

16 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

26 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

37 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago