ଗତ ୨୪ ଘଣ୍ଟାରେ ଭାରତରେ ଦେଖାଗଲା ୧୭୯ ନୂଆ କୋଭିଡ ସଂକ୍ରମଣ ମାମଲା

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୭୯ ନୂଆ କୋଭିଡ ସଂକ୍ରମଣ ମାମଲା ଆସିଥିବା ଆଜି ଅର୍ଥାତ ଶନିବାର ରେକର୍ଡ କରାଯାଇଛି । ଏହାକୁ ମିଶାଇ ମୋଟ ୪ କୋଟି ୪୭ ଲକ୍ଷ କୋଭିଡ ମାମଲା ଭାରତରେ ରେକର୍ଡ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାଖଲ ହୋଇଥିବା ଡାଟାରୁ ଜଣାଯାଇଛି ।

ଭାରତରେ ମୃତ୍ୟୁ ସଂଖ୍ୟା ୫,୩୦,୭୨୬ ଥିବା ବେଳେ ଆଉ ଏକ ମୃତ୍ୟୁ ସଂଖ୍ୟା ଏଥିରେ କେରଳରୁ ଯୋଡି ହେଲା ବୋଲି ସଦ୍ୟ ପ୍ରକାଶିତ ଡାଟାରୁ ଜଣାପଡିଛି । ଦୈନିକ କୋଭିଡ ପଜିଟିଭି ହାର ୦.୧୦ ପ୍ରତିଶତ ଥିବା ବେଳେ ସାପ୍ତାହିକ କୋଭିଡ ପଜିଟିଭ ହାର ୦.୧୦ ପ୍ରତିଶତ ରହିଛି ବୋଲ ିକେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୭,୪୬୭ କୋଭିଡ ଟେଷ୍ଟ ହୋଇଛି । ଦେଶରେ ସଂକ୍ରମଣ ରେଟ୍‌ ୦.୦୧ ପ୍ରତିଶତ ଥିବାବେଳେ ରିକଭରି ରେଟ୍‌ ୯୮.୦୮ ପ୍ରତିଶତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍‌କ୍ଷରୁ ଜଣାଯାଇଛି । ସେହିପରି ଦେଶରେ ଟିକାକରଣ ୨୨୦.୧୬ କୋଟିରୁ ଅଧିକ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପ୍ରାୟ ୫୨,୫୭୭ ଟିକା ଦିଆଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.