ଆମେରିକାରେ ୫ରୁ ୧୧ବର୍ଷ ଶିଶୁଙ୍କର ହେବ କୋଭିଡ ଟିକାକରଣ

ଖୁବଶୀଘ୍ର ଆମେରିକାରେ ୫ରୁ ୧୧ବର୍ଷ ଶିଶୁଙ୍କ ହେବ କୋଭିଡ ଟିକାକରଣ । ଫାଇଜର ବାଇଏନଟେକ କୋଭିଡ ଟିକାକୁ ଶିଶୁଙ୍କୁ ଦେବା ପାଇଁ ସମ୍ମତି ଦେଇଛି ଶୀର୍ଷ ଆମେରିକୀୟ ବୈଜ୍ଞାନିକ ବିଶେଷଜ୍ଞଙ୍କ ପ୍ୟାନେଲ । ସେଣ୍ଟରସ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସର ପରାମର୍ଶ କମିଟି ୫ରୁ ୧୧ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଟିକାକରଣ ନେଇ ପ୍ରସ୍ତାବ ହେବା ପରେ ସିଡିସି ନିର୍ଦ୍ଦେଶକ ଏହାକୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ ବିରୋଧ ଯୁଦ୍ଧରେ ଏହା ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସିଡିସି ପକ୍ଷରୁ କୁହାଯାଇଛି ।

ଚଳିତ ସପ୍ତାହରୁ ୫ରୁ ୧୧ ବର୍ଷର ଶିଶୁଙ୍କ ଟିକାକରଣ ଆରମ୍ଭ ହେବା ଆଶା କରାଯାଉଛି । ଆମେରିକାର ୨କୋଟି ୮୦ ଲକ୍ଷ ଶିଶୁଙ୍କ ହେବ ଟିକାକରଣ । ସିଡିସିର ମଞ୍ଜୁରୀ ମିଳିବା ପରେ ଫାଇଜର ଟିକାକୁ ବିଭିନ୍ନ ପ୍ରଦେଶକୁ ରପ୍ତାନୀ କରିବା ଆରମ୍ଭ କରିଛି ଫାଇଜର ବାଇଓନଟେକ କଂପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.