ଦେଶ ବିଦେଶ

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌, ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌ ହସ୍ପିଟାଲରେ ଏବେ ମାତ୍ର ୨୨୫ ଟଙ୍କାରେ କୋଭିସିଲ୍ଡର ବୁଷ୍ଟର ଡୋଜ୍‌ ମିଳିପାରିବ। ଆଜିଠୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରିପୋର୍ଟ ମୁତାବକ, ବୁଷ୍ଟର ଡୋଜ୍‌ ପାଇଁ ସରକାର ପ୍ରାଇଭେଟ୍‌ ଭ୍ୟାକ୍ସିନେସନ୍‌ ସେଣ୍ଟରକୁ ଦାୟିତ୍ୱ ଦିଆଯାଇଛି। ଏଭଳି ସ୍ଥିତିରେ ଏହାର ଦାମ୍‌କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ୧୮ ବର୍ଷରୁ ବଡ଼ ବୟସର ଲୋକଙ୍କୁ ପ୍ରିକସନ୍‌ ଡୋଜ୍‌ ଦିଆଯାଇପାରିବ।

ଅନ୍ୟପଟେ ସ୍ୱଦେଶୀ ଭାରତ ବାୟୋଟେକ୍‌ ମଧ୍ୟ ବୁଷ୍ଟର ଡୋଜ୍‌ ପାଇଁ ନିଜ ଟିକା କୋଭାକ୍ସିନ୍‌ର ଦାମ୍‌ ୧୨୦୦ରୁ କମାଇ ୨୨୫ କରିଦେଇଛି।

ପ୍ରକାଶ ଯେ ପୂର୍ବରୁ ହେଲ୍‌ଥ କେୟାର ଓ୍ଵାର୍କର, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ବଡ଼ ବୟସ୍କର ଲୋକଙ୍କୁ କୋଭିଡ୍‌ର ବୁଷ୍ଟର ଡୋଜ୍‌ ମାଗଣାରେ ଦିଆଯାଉଛି। ସେହିପରି ଦେଶରେ ୧୨ରୁ ବଡ଼ ବୟସ୍କ ପିଲାଙ୍କୁ ମଧ୍ୟ କରୋନା ଟିକା ଦେବା କାର୍ଯ୍ୟ ଦ୍ରୁତ ବେଗରେ ଚାଲିଛି। ଇତି ମଧ୍ୟରେ ୧୮୬ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆସରିଲାଣି।

Also Read: ୟୁକ୍ରେନ୍‌ ରାସ୍ତାରେ ଜେଲେନ୍‌ସ୍କିଙ୍କ ବୁଲୁଛନ୍ତି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌; ଦେଖନ୍ତୁ ଭିଡିଓ

WCW 11

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

18 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

43 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

47 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

49 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

55 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago