୧୨ ବର୍ଷର ପିଲାକୁ ହତ୍ୟା ଅଭିଯୋଗରେ ଗାଈ ଗିରଫ, ଭୋଗିବ ୩ ବର୍ଷର ଜେଲ ଦଣ୍ଡ
ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ଗିରଫ ହେଲା ଗାଈ। ଦକ୍ଷିଣ ସୁଦାନରେ ସାମ୍ନାକୁ ଆସିଛି ଏଭଳି ଅଦ୍ଭୁତ ଘଟଣା। ସାରା ଦୁନିଆରେ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ଥିବା ବେଳେ ଦକ୍ଷିଣ ସୁଦାନରେ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ରହିଛି କଠୋର ନିୟମ। ଏଠାରେ କେବଳ ମଣିଷ ନୁହେଁ, ବରଂ ଜୀବଜନ୍ତୁ ବି ଏହି ନିୟମ ଅନୁସାରେ ଦୋଷ କରିଥିଲେ ଦଣ୍ଡ ପାଆନ୍ତି। ସେହିଭଳି ଏକ ଅପରାଧରେ ପୋଲିସ ଏବେ ସେଠାକାର ଏକ ଗାଈକୁ ଦୋଷୀ ସାବ୍ୟସ୍ତ କରି ଗିରଫ କରିଛି।
ଦକ୍ଷିଣ ସୁଦାନରେ ପୋଲିସ ଏକ ଗାଈ ଓ ତା ମାଲିକକୁ ଗିରଫ କରିଛି। ଏହି ମାମଲାରେ ମାଲିକର କୌଣସି ଭୁଲ ନଥିଲା। କିନ୍ତୁ ତାଙ୍କ ପାଳିତ ଗାଈ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଏକ ୧୨ ବର୍ଷର ଛୁଆକୁ ଅତି ଅମାନୁଷିକଭାବେ ହତ୍ୟା କରିଛି। ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Cow arrested and could face years in jail for brutal ‘murder’ of boy, 12https://t.co/bQ7xOycvLN pic.twitter.com/ktZzMQVzIJ
— Daily Star (@dailystar) June 6, 2022
ରିପୋର୍ଟ ମୁତାବକ, ଏକ ଗାଈ ପିଲାଟି ଉପରେ ଏତେ ଜୋରରେ ଆକ୍ରମଣ କରିଥିଲା ଯେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ପୋଲିସ ସୂଚନା ମୁତାବକ, ହତ୍ୟା ମାମଲାରେ ଷଣ୍ଢର ମାଲିକ ସମେତ ଷଣ୍ଢକୁ ବି ଗିରଫ କରାଯାଇଛି। ଅନ୍ୟପଟେ ଛୁଆଟିର ମୃତ ଦେହକୁ ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ ଷଣ୍ଢକୁ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ମାଲିକକୁ ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ ଦକ୍ଷିଣ ସୁଦାନରେ ଏଭଳି ମାମଲା ଦ୍ୱିତୀୟ ଥର ପାଇଁ ସାମ୍ନାକୁ ଆସିଛି। ପୂର୍ବରୁ ମାସେ ତଳେ ଏଭଳି ଏକ ମାମଲାରେ ଏକ ମେଣ୍ଢା ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲା। ମେଣ୍ଢା ବିରୋଧରେ ୪୫ ବର୍ଷର ମହିଳାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମେଣ୍ଢାର ମାଲିକ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିବା ବେଳେ ତାକୁ ୩ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ଏହି ମେଣ୍ଢାକୁ ମିଲିଟାରୀ କ୍ୟାମ୍ପ ଜେଲରେ ରଖାଯାଇଥିବା ବେଳେ ତାକୁ ପ୍ରବଳ କାମ ଦିଆଯାଉଛି। ମେଣ୍ଢାର ମାଲିକକୁ ଜରିମାନା ସ୍ୱରୂପ ପୀଡ଼ିତ ପରିବାରକୁ କିଛି ଗାଈ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Also Read: India vs South Africa: ଦିଲ୍ଲୀରେ ଭୀଷଣ ଗରମର ମୁକାବିଲା କରିବାକୁ ପ୍ରତି ୧୦ ଓଭର ପରେ ହେବ ଡ୍ରିଙ୍କ୍ ବ୍ରେକ୍