ଗୋ ଚାଷୀଙ୍କୁ ମିଳିବ ବାର୍ଷିକ ୧୦,୮୦୦ ଟଙ୍କା! ଏବେ ବିହାରରେ ଲାଗୁ ହେବ ମଧ୍ୟ ପ୍ରଦେଶର ମଡେଲ…ଜାଣନ୍ତୁ ସରକାରଙ୍କ ଯୋଜନା

କେନ୍ଦ୍ର ସରକାର ଦେଶରେ ଜୈବ ତଥା ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋ ଚାଷୀମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ପ୍ରାତ୍ସୋହିତ କରାଯାଉଛି। ରାସାୟନିକ ଚାଷରୁ ହେଉଥିବା କ୍ଷତିକୁ ହ୍ରାସ କରିବା ପାଇଁ ସରକାର ଏମିତି ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ମଧ୍ୟ ପ୍ରଦେଶ ଭଳି ବିହାରରେ ମଧ୍ୟ ଦେଶୀ ଗାଈମାନଙ୍କୁ ସୁରକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଏହି କ୍ରମରେ ବିହାର ସରକାର ମଧ୍ୟ ପ୍ରଦେଶ ମଡେଲକୁ ତନ ତନ କରି ଅଧ୍ୟୟନ କରୁଛନ୍ତି। ସମସ୍ତ ତଥ୍ୟ ଉପରେ ବିଚାର କରିବା ପରେ ଗାଈମାନଙ୍କର ସଂରକ୍ଷଣ ନିମେନ୍ତ ସରକାର କୌଣସି ଏକ ଆଦର୍ଶ ମଡେଲ ଆପଣାଇ ପାରନ୍ତି। ତେବେ ଯଦି ଆପଣ ଗୋପାଳକ କିମ୍ବା ଗୋପାଳନ ପାଇଁ ଇଚ୍ଛା ରଖିଛନ୍ତି, ତ ଆସନ୍ତୁ ଜାଣିବା କ’ଣ ରହିଛି ସରକାରଙ୍କ ଯୋଜନା…।

ବିହାରରେ ଗାଈ ମାନଙ୍କ ସଂରକ୍ଷଣ ପାଇଁ ସରକାରୀ ଗୋଶାଳା ସାଙ୍ଗକୁ ଘରୋଇ ଗୋଶାଳାକୁ ବି ପ୍ରୋତ୍ସାହିତ କରାଯିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ବନ୍ଧରେ ଉପମୁଖ୍ୟମନ୍ତ୍ରୀ ତଥା ପଶୁ ଓ ମତ୍ସ୍ୟସମ୍ପଦ ମନ୍ତ୍ରୀ ତାରକିଶୋର ପ୍ରସାଦ ରାଜ୍ୟର ସମସ୍ତ ଗୋଶାଳାର ଅଧ୍ୟକ୍ଷ ଏବଂ ସଚିବମାନଙ୍କର ବୈଠକ ଡକାଇଛନ୍ତି। ବିହାରରେ ଗୋବଂଶର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି।

cow2
photo: gaon connection

ସୂଚନାଥାଉ କି, ବିହାରର ବର୍ତ୍ତମାନ ୩୩ ଜିଲ୍ଲାରେ ମାତ୍ର ୮୬ଟି ସରକାରୀ ଗୋଶାଳା ରହିଛି। ସରକାର ଏ ସମସ୍ତ ଗୋଶାଳାର ବିସ୍ତତ ରିପୋର୍ଟ ମଗାଇବା ସହିତ ଗୋଶାଳାଗୁଡ଼ିକର ଭୂମି, ଏହାର ସ୍ଥିତି ଏବଂ ଗୋରୁଙ୍କ ସଂଖ୍ୟା ଆଦି ବିଷୟରେ ମଧ୍ୟ ଜାଣିବାକୁ ଚାହିଁଛନ୍ତି। କହି ରଖୁଛୁ, କ୍ୟାମୁର, ଅରବଲ, ବାଙ୍କା, ଶିବହର ଓ ପୂର୍ଣ୍ଣିୟା ଆଦି ଜିଲ୍ଲାରେ ଏବେ ମଧ୍ୟ ଗୋଟିଏ ବି ସରକାରୀ ଗୋଶାଳା ନାହିଁ। ସେପଟେ ମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି ଯେ ଅଧିକ କ୍ଷୀର ପାଇବା ଆଶାରେ ଦେଶୀ ଗାଈମାନେ ଉପେକ୍ଷିତ ହେଉଛନ୍ତି। ସେମାନଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ବନ୍ଦ ଗୋଶାଳାଗୁଡ଼ିକୁ ପୁଣି ଥରେ ଆରମ୍ଭ କରାଇବା ଉଚିତ। ଏହା ବ୍ୟତୀତ ଆବଶ୍ୟକ ଅନୁସାରେ ନୂତନ ଗୋଶାଳା ମଧ୍ୟ ନିର୍ମାଣ କରାଯିବା ଜରୁରୀ।

ତେବେ ପ୍ରାକୃତିକ ଚାଷରେ ଦେଶୀ ଗାଈଙ୍କ ସଂରକ୍ଷଣକୁ ବଢ଼ାଇବା ପାଇଁ ବିହାର ସରକାର ମଧ୍ୟ ପ୍ରଦେଶ ସରକାରଙ୍କ ମଡେଲକୁ ଅଧ୍ୟୟନ କରି ଏହାକୁ ଆପଣାଇ ପାରନ୍ତି। ମଧ୍ୟ ପ୍ରଦେଶ ସରକାର ପ୍ରାକୃତିକ ଚାଷ କରୁଥିବା ଦେଶୀ ଗୋପାଳକଙ୍କୁ ପ୍ରତି ମାସରେ ୯୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରତି ଗୋପାଳକଙ୍କୁ ବାର୍ଷିକ ୧୦,୮୦୦ ଟଙ୍କା ଦେବାକୁ ଯୋଜନା କରାଯାଇଛି।

Leave A Reply

Your email address will not be published.