କେରଲରେ ଗର୍ଭବତୀ ହାତୀର ହତ୍ଯା ପରେ ହରିୟାଣା ସ୍ଥିତ ହିସାରୁ ମଧ୍ଯ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ହିସାରରେ ଗୋଟିଏ ଗାଈର ମାଲିକ କ୍ଷୀର ନଦେବାରୁ ନିଜ ଗାଈକୁ ପିଟି ପିଟି ହତ୍ଯା କରିଛନ୍ତି। ଘଟଣାଟି ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ଗୋ-ସେବକ ସୀତାରମା ସିଂଘଲ କହିଛନ୍ତି, ଘଟଣାସ୍ଥଳରେ ପଡୋଶୀ ବିରୋଧ କରିବା ସହ ନିରୀହ ପ୍ରାଣୀଟିର ଜୀବନ ବଞ୍ଚାଇବା ପାଇଁ ମଧ୍ଯ ପ୍ରୟାସ କରିଥିଲେ।
ରିପୋର୍ଟ ଅନୁଯାୟୀ ଗାଈଟି କ୍ଷୀର ନଦେବାରୁ ତାକୁ ତାର ମାଲିକ ପିଟି ପିଟି ହତ୍ଯା କରିଛି। ଖାଲି ଏତିକି ନୁହେଁ ନିଷ୍ଠୁର ମାଲିକ ଜଣକ କ୍ଷୀର ନେବା ପରେ ଗାଈ ଏଣେତେଣେ ବୁଲିବାକୁ ମଧ୍ଯ ଛାଡିଦେଉଥିବାର ସୂଚନା ମିଳିଛି।
ସିଂଘଲଙ୍କ କହିବାନୁଯାୟୀ, ଗାଈ ହତ୍ଯା ଖବର ମିଳିବା ପରେ ସେ ଏହି ଖବର ପୋଲିସକୁ ଜଣାଇଥିଲେ। ଏହାପରେ ଆମ୍ବୁଲାନ୍ସ ଜରିଆରେ ଗାଈକୁ ପୋଷ୍ଟମର୍ଟମ ପାଇଁ ଲାଲା ଲାଜପତ ରାୟ ପଶୁ ବିଦ୍ଯାଳୟ ନିଆଯାଇଛି।
ସୂଚନା ମୁତାବକ ଉକ୍ତ ଗାଈଟି ପ୍ରତ୍ଯେକ ଦିନ ପାଖାପାଖି ୨ କିଲ କ୍ଷୀର ଦେଉଥିଲା କିନ୍ତୁ ସେ ଆଜି କ୍ଷୀର ନଦେବାରୁ ଅଭିଯୁକ୍ତ ଜଣକ ତାକୁ ମାରିବା ଆରମ୍ଭ କରିଥିଲେ। ଏନେଇ ବର୍ତ୍ତମାନ ଅଭିଯୁକ୍ତି ଫେରାର୍ ଥିବା ବେଳେ ଗାଈର ପୋଷ୍ଟମର୍ଟମ ପ୍ରକ୍ରିୟା ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଦ୍ଢକାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ନେଇ ପୋଲିସ ଅଧିକାରୀ ଏଏସଆଇ ନସୀବ କହିଛନ୍ତି।