ଗାଈକୁ ରାଜ୍ୟମାତା ଘୋଷଣା କଲା ମହାରାଷ୍ଟ୍ର, ସରକାର ଜାରି କଲେ ଆଦେଶ

ମହାରାଷ୍ଟ୍ର ସରକାର ଆଜି ଏକ ଆଦେଶ ଜାରି କରି ଗାଈକୁ ‘ରାଜ୍ୟମାତା’ ଘୋଷଣା କରିଛନ୍ତି । ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ଗାଈର ମହତ୍ତ୍ୱ ରହିଛି ବୋଲି ସରକାର ଆଦେଶରେ ଉଲ୍ଲେଖ କରିଛନ୍ତି । ଦେଶୀ ଗାଈର କ୍ଷୀର ମାନବ ଆହର ପାଇଁ ଉପଯୁକ୍ତ । ଆୟୁର୍ବେଦ ଚିକିତ୍ସା, ପଞ୍ଚଗଭ୍ୟ ଉପଚାର ଏବଂ ଗୋମୂତ୍ର ଜୈବିକ ଚାଷ ପ୍ରଣାଳୀର ଗୁରୁତ୍ୱକୁ ନଜରରେ ରଖି ଗାଈକୁ ରାଜ୍ୟମାତା ଭାବରେ ଘୋଷଣା କରାଯାଇଛି ।

ଭାରତରେ ଗାଈକୁ ଗୋମାତା ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଇଥାଏ । ଗାଈର କ୍ଷୀର, ମୂତ୍ର ଓ ଗୋବରକୁ ମଧ୍ୟ ପବିତ୍ର ବୋଲି ବିବଚେନା କରାଯାଏ । ଗାଈର କ୍ଷୀର ମାନବ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

କହି ରଖୁଛୁ, ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଗୋଚାଲାଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମହାରାଷ୍ଟ୍ର ସରକାର ଏପରି ଏକ ଆଦେଶ ଜାରି କରିଛନ୍ତି । ବିଭିନ୍ନ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ସଚେତନ ଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ।

ଆଜି ୟୁପିରେ ଦୁଇଟି ଗୋ ହତ୍ୟା ମାମଲା ସାମ୍ନାକୁ ଆସିଛି । ଉନ୍ନାଓରେ ଏହି ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗୁଳି କରିଛି । ସିଏମ ଯୋଗୀଙ୍କ ନିର୍ଦ୍ଦେଶ ପରେ ସମଗ୍ର ରାଜ୍ୟରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ମିର୍ଜାପୁରରେ ଏଭଳି ଅଭିଯୋଗ ଆସିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାରେ ୧୦ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like