Co-Win ପୋର୍ଟାଲ ଲଞ୍ଚ୍‌ କଲା API, କିଏ ନେଇଛନ୍ତି ଟିକା ଆଉ କିଏ ନେଇ ନାହାନ୍ତି, ତୁରନ୍ତ ମିଳିବ ସୂଚନା

Co-Win ପୋର୍ଟାଲ ଏକ ନୂଆ ଆପ୍ଲିକେଶନ ପ୍ରୋଗ୍ରାମିଙ୍ଗ୍‌ ଇଣ୍ଟରଫେସ୍‌(ଏପିଆଇ) ଲଞ୍ଚ୍‌ କରିଛି, ଯାହାକୁ ‘Know Your Customer/Client Vaccination Status’ ନାମ ଦିଆଯାଇଛି। ଏହା ମାଧ୍ୟମରେ ରେଲେଓ୍ଵ, ମଲ୍‌ କିମ୍ବା କୌଣସି ହୋଟେଲରେ ତୁରନ୍ତ ଜଣା ପଡ଼ିଯିବ କି, କୌଣସି ବ୍ୟକ୍ତି କରୋନା ଟିକା ନେଇଛନ୍ତି କି ନାହିଁ। ଏ ନେଇ ଶୁକ୍ରବାର ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଦେଶରେ ଚଳିତବର୍ଷ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୭୨ କୋଟିରୁ ଅଧିକ ଡୋଜ୍‌ ଦିଆଯାଇ ସାରିଲାଣି। ଟିକା ନେଇସାରିଥିବା ଲୋକେ Co-Winରୁ ଡିଜିଟାଲ ଉପାୟରେ ପ୍ରମାଣପତ୍ର ପ୍ରାପ୍ତ କରିପାରିବେ।

ମନ୍ତ୍ରାଳୟ କହିଛି କି, ମଲ୍‌, କାର୍ଯ୍ୟାଳୟ ପରସର, ସାର୍ବଜନିକ ଆୟୋଜନ ଆଦି ସ୍ଥାନରେ ପ୍ରବେଶ ପାଇଁ ଏହି ପ୍ରକାର ପ୍ରମାଣପତ୍ରକୁ ଡିଜିଟାଲ ନଚେତ୍‌ ପ୍ରତ୍ୟେକ୍ଷ ସ୍ୱରୂପରେ ଦେଖାଯାଇ ପାରିବ। ମନ୍ତ୍ରାଳୟର କହିବା ହେଲା, ରେଲେଓ୍ଵ ନିଜର ସେହି ଯାତ୍ରୀଙ୍କ ଟିକାକରଣ ବିଷୟରେ ଜାଣିବାକୁ ଚାହିଁ ପାରିବ, ଯେଉଁମାନେ ଟିକେଟ୍‌ ବୁକ୍‌ କରୁଥିବେ। ଏୟାରଲାଇନ୍‌ ବି ଏମିତି କରିପାରିବ। ହୋଟେଲ କର୍ତ୍ତୃପକ୍ଷ ନିଜର ଏଠାରେ ରହୁଥିବା ଲୋକଙ୍କ ବିଷୟରେ ପତ୍ତା ଲଗାଇ ପାରିବେ କି, ସେମାନେ ଟିକା ନେଇଛନ୍ତି କି ନାହିଁ।

Co-Winର ଏହି ନୂଆ ଏପିଆଇକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ନିଜର ମୋବାଇଲ ନମ୍ବର ଓ ନାମ ଏଣ୍ଟର କରିବାକୁ ହେବ। ଏହାପରେ ଏକ ଓଟିପି ଆସିବ, ଯଦ୍ଦ୍ଵାରା ଟିକାକରଣର ଯାଞ୍ଚ ହେବ। ଏହି ସମୟରେ କୌଣସି ସଂସ୍ଥାନ ପାଇଁ ଭ୍ୟାକ୍ସିନ୍‌ ସାର୍ଟିଫିକେଟ୍‌ଠାରୁ ଅଧିକ ଏହା ଜରୁରୀ କି, କୌଣସି ବ୍ୟକ୍ତି ଟିକା ନେଇଛନ୍ତି କି ନାହିଁ। ଏମିତି ଭାବେ ଏପିଆଇ ପ୍ରଭାବଶାଳୀ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.