ଦେଶ ବିଦେଶ

ହୋଇଯାଆନ୍ତୁ ସାବଧାନ! କରୋନା ଆଁ ଭିତରେ ପଶିଲେଣି ଗାଈ, ମଇଁଷି ଓ କୁକୁର…

କ’ଣ କରୋନା ଭାଇରସ୍‌ ପଶୁଙ୍କ ମଧ୍ୟରେ ବି ବ୍ୟାପି ପାରିବ? ଏବେ ଏହି ପ୍ରଶ୍ନର ଉତ୍ତର ଆମକୁ ମିଳି ଯାଇଛି। ନିକଟରେ ଗୁଜରାଟରେ ହୋଇଥିବା ଏକ ଅଧ୍ୟୟନରୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ଏହି ଭୟଙ୍କର ଭାଇରସ୍‌ ପଶୁମାନଙ୍କୁ ବି ସଂକ୍ରମିତ କରି ପାରିବ। ଅଧ୍ୟୟନରେ ଗାଈ, ମଇଁଷି ଓ କୁକୁରଙ୍କ ଭଳି ପ୍ରାଣୀଙ୍କଠାରେ କରୋନା ଭାଇରସ୍‌ ମିଳିଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ସଂକ୍ରମିତ ପଶୁମାନଙ୍କଠାରୁ ମନୁଷ୍ୟ ପର୍ଯ୍ୟନ୍ତ ଭାଇରସ୍‌ ପହଞ୍ଚିବାର ବିପଦ ବହୁତ କମ୍‌, କାହିଁକି ନା, ଏହି ପଶୁମାନଙ୍କଠାରେ ଭାଇରସ୍‌ର ଲୋଡ୍‌ କମ୍‌ ରହିଛି।

କାମଧେନୁ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟରର ଗବେଷକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଘୋଡ଼ାଠୁ ଆରମ୍ଭ କରି ଗାଈ, ମଇଁଷି ପର୍ଯ୍ୟନ୍ତ ପଶୁମାନଙ୍କର ନମୁନା ସଂଗ୍ରହ କରିଥିଲେ। ସେଥି ମଧ୍ୟରୁ ୨୪ ପ୍ରତିଶତ ପଶୁ ପଜିଟିଭ୍‌ ମିଳିଥିବା ବେଳେ ଗୋଟିଏ ମାତ୍ର କୁକୁରଠାରେ ଡେଲ୍‌ଟା ଭ୍ୟାରିଏଣ୍ଟ ମିଳିଥିଲା। ତେବେ କୁହାଯାଉଛି ଯେ ଭାରତରେ ପ୍ରଥମ ଥର ଏମିତି ଅଧ୍ୟୟନ ହୋଇଛି, ଯେଉଁଥିରୁ ସ୍ତନ୍ୟପାୟୀ ପଶୁମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରିବେ ବୋଲି ଜଣାପଡ଼ିଛି।

ଏହି ଅଧ୍ୟୟନକୁ ଗୁଜରାଟ ରାଜ୍ୟ ଜୈବ ପ୍ରଦ୍ଦ୍ୟୋଗିକୀ ମିଶନ ଆୟୋଜନ କରିଥିଲା, ଯାହାର ତଥ୍ୟ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ରହିଛି। ଗବେଷକମାନେ ଅଧ୍ୟୟନ ନିମନ୍ତେ ୧୯୫ କୁକୁର, ୬୪ ଗାଈ, ୪୨ ଘୋଡ଼ା, ୪୧ ଛେଳି, ୩୯ ମଇଁଷି, ୧୯ ମେଣ୍ଢା, ୬ ବିଲେଇ, ୬ ଓଟ ଏବଂ ଗୋଟିଏ ମାଙ୍କଡ଼ ସମେତ ୪୧୩ ପଶୁଙ୍କର ନାକ ଓ ମଳାଶୟରୁ ନମୁନା ସଂଗ୍ରହ କରିଥିଲେ। ଏହି ସବୁ ନମୁନା ଅହମ୍ମଦାବାଦ, ଆନନ୍ଦ, ଗାନ୍ଧୀନଗର, ବନାସାକାଣ୍ଠା, ପାଟନା, କଚ୍ଛ ଓ ମେହସାଣା ଜିଲ୍ଲାରୁ ସଂଗ୍ରହ କରାଯାଇଥିଲା। ଅଧ୍ୟୟନରେ ଅନୁସାରେ, ନାକ ତୁଳନାରେ ମଳାଶୟ ନମୁନା ବହୁତ ଭଲ ଫଳାଫଳ ଦେଇଛି। ମୋଟ ୯୫ ପଶୁ ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୭ କୁକୁର, ୧୫ ଗାଈ ଏବଂ ୧୩ ମଇଁଷି ସାମିଲ ଥିଲେ।

ତେବେ ଅଧ୍ୟୟନର ଉଦ୍ଦେଶ୍ୟ ଥିଲା, ପଶୁ ଓ ମଣିଷଙ୍କ ମଧ୍ୟରେ ଭାଇରସ୍‌ ବ୍ୟାପିବାର ଗଭୀରତା ସମ୍ପର୍କରେ ଅବଗତ ହେବା। କାହିଁକି ନା, କୋଭିଡ୍‌ ଦ୍ୱିତୀୟ ଲହରରେ ପଶୁମାନେ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସିଥିଲା। ଅଧ୍ୟୟନରୁ ଜଣାପଡ଼ିଛି, ଏହି ପଶୁମାନେ ମଣିଷର ନିକଟତର ହେବା କାରଣରୁ କରୋନା କବଳରେ ଫସିଛନ୍ତି। କିନ୍ତୁ ଏହା ବିପରୀତ ରୂପରେ ଧରାଯାଇ ପାରିବ ନାହିଁ। ଯଦିଓ ବିଲେଇ ପ୍ରଜାତିକୁ ନେଇ ଆହୁରି ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ କହିଛନ୍ତି।

କହି ରଖୁଛୁ, ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ତେବେ ମାମଲା ବଢ଼ିବାର କାରଣ ଓମିକ୍ରନ୍ ସବ୍ ଭ୍ୟାରିଏଣ୍ଟ କି ଇମ୍ୟୁନିଟି ଅଭାବ, ତାହା ଜଣାପଡ଼ିନାହିଁ। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ମୃତ୍ୟୁ ସଂଖ୍ୟାରେ ଏବେ ଏତେଟା ବୃଦ୍ଧି ହୋଇନାହିଁ। କିନ୍ତୁ ଇତି ମଧ୍ୟରେ ୯ ରାଜ୍ୟରେ ଚତୁର୍ଥ ଲହରର ଭୟ ସୃଷ୍ଟି ହୋଇଛି। ଏଥିରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା, ମିଜୋରାମ୍ ରହିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago