ପତ୍ନୀଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ଅପରାଧ କି? ଦିଲ୍ଲୀ ହାଇକୋର୍ଟ ଦେଲେ ଏମିତି ରାୟ

କେନ୍ୟୁଜ୍(ବ୍ୟୁରୋ ): ପତ୍ନୀଙ୍କ ବିନା ସହମତିରେ ଜବରଦସ୍ତ ଶାରୀରିକ ସମ୍ପର୍କ ଅପରାଧ କି ? ଏ ସମ୍ପର୍କିତ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବିଭାଜିତ ରାୟ ଦେଇଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ଆଉ ଦୁଇ ବିଚାରପତିଙ୍କ ରାୟ ଅଲଗା ଆସିଛି। ଆଇପିସି ଧାରା ୩୭୫(୨) ଅନୁଯାୟୀ ପତ୍ନୀଙ୍କ ବିନା ଅନୁମତିରେ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହଁ। ଏହାକୁ ଅପରାଧ ବୋଲି କୁହାଯାଇ ପାରିବ ନାହିଁ । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ରାଜୀବ ଶକଧର ବର୍ତ୍ତମାନ ଥିବା ଧାରାକୁ ବିରୋଧ କରିଥିଲେ। କିନ୍ତୁ ଏହି ରାୟ ସହ ସହମିତ ରଖି ନଥିଲେ ଆଉ ଜଣେ ବିଚାରପତି ଜଷ୍ଟିସ ସି ହରିଶଙ୍କର। ଜଷ୍ଟିସ ଶକଧର କହିଥିଲେ, ବର୍ତ୍ତମାନ ଯେଉଁ ଆଇନ ରହିଛି ସେଥିରେ ପତ୍ନୀଙ୍କ ସହମତି ବିନା ସ୍ୱାମୀ ଯୌନ ସମ୍ପର୍କ ରଖିବା ସମ୍ବିଧାନର ଧାର ୧୪ର ଉଲ୍ଲଂଘନ। ଆଇନ ଆଗରେ ସମସ୍ତେ ସମାନ, ଏହି ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା କହିଥିଲେ ଜଷ୍ଟିସ ଶକଧର। ତେଣୁ ୩୭୫(୨)କୁ ଉଚ୍ଛେଦ ପାଇଁ ରାୟ ଦେଇଥିଲେ। ଜଷ୍ଟିସ ସି ହରିଶଙ୍କର କହିଥିଲେ, ୩୭୫(୨) ସମ୍ବିଧାନର ଉଲ୍ଲଂଘନ କରୁ ନାହିଁ। ଅସହମତିରେ ଯୌନ ସମ୍ପର୍କ ଦୁଷ୍କର୍ମ ନୁହଁ।

ବୈବାହିକ ଦୁଷ୍କର୍ମ ଭାରତୀୟ ଆଇନରେ ଅପରାଧ ନୁହଁ। ଅପରାଧ ବିବେଚନା ପାଇଁ ହୋଇଥିବା ଆବେଦନରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା। ସେ କହିଥିଲେ ଏ ପ୍ରସଙ୍ଗର ପାରିବାରିକ ଓ ସାମାଜିକ ପ୍ରଭାବ ରହିଛି। ତେଣୁ ବିଭିନ୍ନ ରାଜ୍ୟଠାରୁ ମତାମତ ଲୋଡା ଯାଇଛି। ମତାମତ ନେବା ପରେ କେନ୍ଦ୍ର ତାର ମତ ରଖିବ ଓ ନିଷ୍ପତ୍ତି ନେବେ। ଦିଲ୍ଲୀ ହାଇକୋର୍ଟଙ୍କ ଦୁଇ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ ଥିବାରୁ ଏବେ ଶୁଣାଣି ହାଇକୋର୍ଟଙ୍କ ଫୁଲ ବେଞ୍ଚ କରି ପାରନ୍ତି।..

ତେଣୁ ଏହି ମାମଲାରେ ସାମ୍ବିଧାନିକ ପ୍ରଶ୍ନ ଥିବାରୁ ମକଦ୍ଦମା କରିଥିବା ବ୍ୟକ୍ତିଙ୍କୁ ସେମାନେ ସୁପ୍ରିମ କୋର୍ଟ ଯିବାକୁ ଉଭୟ ପିଚାରପତି ପରାମର୍ଶ ବି ଦେଇଛନ୍ତି ।

Leave A Reply

Your email address will not be published.