କର୍ଣ୍ଣାଟକ ସରକାର ସଂକଟ, କୁମାର ସ୍ୱାମୀ କହିଲେ ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ମୁଁ ପ୍ରସ୍ତୁତ

ଦିନକୁ ଦିନ କର୍ଣ୍ଣାଟକ ରାଜନୀତି ଭିନ୍ନ ମୋଡ ନେଉଛି । କର୍ଣ୍ଣାଟକ ରାଜନୀତିରେ ଆଜି ଦେଖାଯାଇଛି ଏକ ନୂଆ ମୋଡ । ଆଜି ବାଚସ୍ପତିଙ୍କ ଅଧକ୍ଷତାରେ ବିଧାନ ସଭାର ମୈାସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ କଂଗ୍ରେସ, ଜେଡିଏସ୍ ଏବଂ ବିଜେପିର ବିଧାୟକମାନେ ଯୋଗ ଦେଇଥିଲେ । କର୍ଣ୍ଣାଟକ ମେଂଟ ସରକାରକୁ ବଂଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାର ସ୍ୱାମୀ ଏବେ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତୁତ ଥିବା ସହ ସେ ବିଧାନ ସଭାରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ ସରକାରଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ ବାଚସ୍ପତିଙ୍କ ଅନୁମତି ମାଗିଥିଲେ । ଏହାଛଡା ସେ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । କଂଗ୍ରେସ ଓ ଜେଡିଏସ୍ ମୋଟ ୧୬ ଜଣ ବିଧାୟକ ଇସ୍ତଫା ପତ୍ର ପ୍ରଦାନ କରିବା ପରେ କର୍ଣ୍ଣାଟକରେ ରାଜନୈତିକ ସଂକଟ ଦେଖାଦେଇଛି । ତେବେ ବାଚସ୍ପତି ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିନଥିବା ବେଳେ ଏକ ନାଟକୀୟ ଢଙ୍ଗରେ କର୍ଣ୍ଣାଟକ ସରକାର ଗତି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.