ଶୋଇଥିବା ସମୟରେ ରାତିରେ ଘରକୁ ପଶିଗଲା କୁମ୍ଭୀର, ହୋ ହାଲ୍ଲା ଶୁଣି ଦଉଡ଼ି ଆସିଲେ ଗ୍ରାମବାସୀ

କେନ୍ୟୁଜ୍‌(ବ୍ୟୁରୋ): ରାତିରେ ଘରକୁ ପଶି ଆସିଲା କୁମ୍ଭୀର । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଏକ ଗାଁ କରେଲୀରେ । କୁମ୍ଭୀର କୁ ଦେଖି ସମସ୍ତେ ଭୟଙ୍କର ଭାବରେ ଡରି ଯାଇଥିଲେ, ତା ପରେ ଗାଁ ଲୋକ ଆସି ଧରିଲେ କୁମ୍ଭୀରକୁ ।କୁମ୍ଭୀରଟି ରାଜସ୍ଥାନର କରେଲୀ ଗାଁର ଚମ୍ବଲ ନଦୀରୁ ବାହାରି ରାତିରେ ସେହି ଘାଁର ସତୀଶ ମୀଣାଙ୍କ ଘରେ ପସିଯାଇଥିଲା । ଘରେ କୁମ୍ଭୀରକୁ ଦେଖି ସମସ୍ତଙ୍କର ହୋସ ଉଡ଼ିଗଲା । ଘର ଲୋକଙ୍କର ହୋ ହାଲ୍ଲା ଶୁଣି ଗ୍ରାମବାସୀମାନେ ଦଉଡ଼ି ଆସିଥିଲେ । ତା ପରେ କୁମ୍ଭୀରକୁ ଧରିବା ପାଇଁ କସରତ ଆରମ୍ଭ ହୋଇଥିଲା । ଅନେକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ରାମବାସୀମାନେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ । ତା ପରେ ପୁଣି ଚମ୍ବଲ ନଦୀରେ କୁମ୍ଭୀରକୁ ଛାଡ଼ି ଦିଆ ଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଘରେ କୁମ୍ଭୀର ପସିଥିବା ଖବର ବନ ବିଭାଗକୁ ଦିଆ ଯାଇଥିଲେ ମଧ୍ୟ ସେମାନେ ଠିକ୍‌ ସମୟରେ ଆସି ପହଞ୍ଚିଲେ ନାହିଁ । ବନ ବିଭାଗ ଠିକ ସମୟରେ ଆସି ନ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେଠାକାର ଗ୍ରାମବାସୀଙ୍କ କହିବା ଅନୁସାରେ ଚମ୍ବଲ ନଦୀ କୂଳରେ ଥିବା ଗାଁ ଏବଂ ଚାଷ ଜମିରେ ଅଧିକାଂଶ ସମୟରେ କୁମ୍ଭୀର ପଶି ଆସୁଥିବାର ଘଟଣା ଘଟୁଛି । ଏଥି ପ୍ରତି ନେସ୍‌ନାଲ ଚମ୍ବଲ ସେଞ୍ଚୁରୀର କର୍ମକର୍ତ୍ତାମାନେ ଧ୍ୟାନ ଦେଇ ନଥିବା ଅଭିଯୋଗ କରିଛନ୍ତି ।

ଅକ୍ଟୋବରରେ ହଟାଓ୍ଵାରେ ବି ହୋଇଥିଲା ଏମିତି:
ଗତ ଅକ୍ଟୋବର ମାସରେ ଉତ୍ତର ପ୍ରଦେଶର ହଟାଓ୍ଵାରେ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ଘର ଶୋଇଥିବା ସମୟରେ ହଠାତ୍‌ ୮ ଫୁଟ୍‌ର କୁମ୍ଭୀରଟି ଘରକୁ ପସି ଯାଇଥିଲା । କୁମ୍ଭୀରକୁ ଦେଖି ସମସ୍ତେ ଡର ବିକଳରେ ଚିତ୍କାର କରି ଏଣେ ତେଣେ ଦଉଡ଼ିବାକୁ ଲାଗିଲେ । ତା ପରେ ଗାଁ ଲୋକ ଶୁଣି ସମସ୍ତେ ଏକାଠି ହୋଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଆସି କୁମ୍ଭୀରକୁ ସେହି ଘରେ ବନ୍ଦ କରି ଦେଇଥିଲେ ଏବଂ ତାର ପର ଦିନ ସକାଳେ ମୁମ୍ଭୀରକୁ ଉଦ୍ଧାର କରିଥିଲେ । ଏହି ଘଟଣା ଟି ବେଦପୁରାର ମହିଳା ସେଣ୍ଟ୍ରାଲ ଜେଲ ପାଖ ଜେତିଆ ଗାଁର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.