କେରଳରେ ରେକର୍ଡ ଭାଙ୍ଗିଲା କରୋନା: ଗତ ୨୪ ଘଣ୍ଟାରେ ୫ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି କେରଳ । ଗତ କିଛି ଦିନ ହେବ ଦେଶରେ କରୋନା ଭାଇରସ୍ ସଂଖ୍ୟା ହ୍ରାସ ପାଇଥିବାବେଳେ କେରଳରେ ପୁଣି ଡରାଇଲାଣି କରୋନା । ଏଠାରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଆସିଥିବା କେରଳର କରୋନା ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪,୯୭୨ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହିତ ୩୭୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ କେରଳରେ ଏହା ଏକ ରେକର୍ଡ କାଟିଛି । ସୋମବାର ଦିନ କେରଳରେ ୩,୬୯୮ କରୋନା ମାମଲା ହୋଇଛି। ସେହିପରି ଦକ୍ଷିଣ ଭାରତର ଏହି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୫୦,୯୭,୮୪୫ ଟି କରୋନା ମାମଲା ସାମ୍ନାକୁ ଆସିଛି ।

କେରଳର ୧୪ ଟି ଜିଲ୍ଲା ମଧ୍ୟରେ ତିରୁବନନ୍ତପୁରମରେ ସର୍ବାଧିକ ୯୧୭ ମାମଲା ରହିଛି। ଏହା ପରେ ତ୍ରିସୁରରେ ୬୧୬ ଏବଂ କୋଜିକୋଡେରେ ୫୨୭ ଟି ମାମଲା ଆସିଛି । କେରଳ ସରକାରଙ୍କ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ୫୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ କରୋନା କାରଣରୁ ୩୧୩ ମୃତ୍ୟୁ କେନ୍ଦ୍ର ସରକାରଙ୍କ ନୂତନ ଗାଇଡ଼ଲାଇନ ଅନୁସାରେ ପଞ୍ଜିକୃତ ହୋଇଛି। ଏହି ମୃତ୍ୟୁ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ଏଥିସହିତ, କେରଳରେ ୧,୮୪, ୫୧୮ ଜଣଙ୍କ ଉପରେ ନଜର ରହିଛି।

ତେବେ ଗତକାଲି ଓଡିଶାରେ ଦୁଇଟି ଶିକ୍ଷାନୁଷ୍ଠାନର ୮୨ ଜଣ ଛାତ୍ରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ମେଡିକାଲ କଲେଜ ଗୁଡ଼ିକର ଛାତ୍ର ମଧ ଅନ୍ତର୍ଭୁକ୍ତ ଅଛନ୍ତି । ଏଥିସହିତ ସମ୍ବଲପୁରର ଭୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ (VIMSAR) ର ୨୯ ଜଣ ଡାକ୍ତରୀ ଛାତ୍ରଛାତ୍ର କରୋନା ପଜିଟିଭ୍ ହୋଇଛନ୍ତି। କେବଳ ସେତିକି ନୁହେଁ ସୁନ୍ଦରଗଡର ସେଣ୍ଟ ମେରି ହାଇସ୍କୁଲର ୫୩ ଛାତ୍ରୀ କରୋନା ପଜିଟିଭ୍ ବାହାରିଛନ୍ତି । ସୂଚନା ଅନୁଯାୟୀ ନଭେମ୍ବର ୧୯ ରେ ଜଣେ ଛାତ୍ରୀ ହଠାତ ବେହୋସ ହୋଇପଡିଥିଲେ । ଯେତେବେଳେ ତାଙ୍କୁ ଚିକିତ୍ସା କରାଗଲା ତାଙ୍କ ରିପୋର୍ଟ ରେ କରୋନା ପଜିଟିଭ ବାହାରିଥିଲା । ଏହା ପରେ, ଯେତେବେଳେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାକରା ଗଲା ସେମାନଙ୍କର ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।

ସେହିପରି କରୋନା ଭାଇରସ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଗତ ୨୪ ଘଣ୍ଟା ମଧ୍ୟରେ ୭୬୬ ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ତେବେ ଏଥିସହିତ ୯୨୯ ରୋଗୀଙ୍କୁ ଡିସଚାର୍ଜ କରାଯାଇଚି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୪,୭୭,୩୭୯ କରୋନା ସଂକ୍ରମିତ ହୋଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ୨୩ ଟି ନୂଆ କରୋନା ଭାଇରସ ମାମଲା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ଜୟପୁରରେ ୧୮ ଟି ମାମଲା ହୋଇଥିବାବେଳେ ଅଜମେରରୁ ୪ ଟି ମାମଲା ରିପୋର୍ଟ ହୋଇଛି। ରାଜ୍ୟରେ ୧୩୬ ଟି ସକ୍ରିୟ କରୋନା ମାମଲା ରହିଛି। ରାଜସ୍ଥାନରେ, ୮୯୫୫ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.