ଯଦି କାଉ କରିପାରୁଛି ତାହେଲେ ଆମେ କାହିଁକି ନୁହେଁ ? ଏହି ମେସେଜ ସହ ଭାଇରଲ ହେଉଛି ଭିଡିଓ

ବେଳେବେଳେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବେ ଜଣାଯାଉଥିବା ମଣିଷର ଚିନ୍ତାଧାରା ମଧ୍ୟ ଏକ ସାଧାରଣ ପକ୍ଷୀଟିର ବୁଦ୍ଧି ଆଗରେ ହାର ମାନିଯାଇଥାଏ । ନିକଟରେ ଠିକ ଏହିପରି ଏକ ଘଟଣା ଘଟିଛି ଯାହାକି ସାଧାରଣ ଲୋକଟିକୁ ଯେତିକି ଆଶ୍ଚର୍ଯ୍ୟ କରିଛି ତା ଠାରୁ ଅଧିକ ଶିକ୍ଷା ମଧ୍ୟ ଦେଇଛି । ଏହି ଭିଡିଓ ସହିତ ଏକ ମେସେଜ ମଧ୍ୟ ଆସିଛି ଆଉ ଯେଉଁଥିରେ ଲେଖାଅଛି “ଯଦି କାଉଟିଏ କରିପାରୁଛି ତାହେଲେ ଆମେ କାହିଁକି ନୁହେଁ ?” ଆସନ୍ତୁ ଜାଣିବା ଏପରି ଏକ ଘଟଣା ସମ୍ପର୍କରେ ।
If they can,
We all can👍🏻 pic.twitter.com/JDtIxWKAqZ— Susanta Nanda IFS (@susantananda3) August 22, 2019
ନିକଟରେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଅତି ମାତ୍ରାରେ ଛୁଇଁ ପାରିଛି । ଭିଡିଓଟିରେ ଏହା ଦେଖାଯାଇଛି ଯେ ଏକ କାଉ ପାଣି ବୋତଲଟିଏ ଆଣି ଡଷ୍ଟବିନରେ ପକାଉଛି । ଯାହାକି ସାଧାରଣତଃ ଆମେ ମଣିଷମାନେ ମଧ୍ୟ କରିନଥାଉ ଏବଂ ଖାଦ୍ୟ ପଦାର୍ଥ ସହ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ଖୋଳ କୁ ଏଣେ ତେଣେ ଫିଙ୍ଗି ଦେଉଛୁ । ବାସ୍ତବରେ କହିବାକୁ ଗଲେ କାଉ ଭଳି ସାଧାରଣ ଜ୍ଞାନ ଆମର ମଧ୍ୟ ନାହିଁ । ଅଗଷ୍ଟ ମାସ ୨୨ ତାରିଖରେ ଏହି ଭିଡିଓଟି ଭାଇରାଲ ହୋଇଥିଲା । ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୧୫୦୦ ରୁ ଅଧିକ ପସନ୍ଦ ମଧ୍ୟ କରିଛନ୍ତି ।
ଏହାସହ ପଢନ୍ତୁ ଦୁନିଆର ସବୁଠାରୁ ଲମ୍ବା ଇଂରାଜୀ ଶବ୍ଦ ଯାହାକୁ ଉଚ୍ଚାରଣ କରିବା ପାଇଁ ଲାଗେ ସାଢେ ତିନି ଘଣ୍ଟା
ସାମାଜିକ ଗଣମାଧ୍ୟମରେ ଆଜିକାଲି ଏମିତି କିଛି ଭିଡିଓ ପ୍ରସାରିତ ହେଉଛି ଯେଉଁଗୁଡ଼ିକ କେବଳ ଲୋକମାନଙ୍କର ମନୋରଞ୍ଜନ କରିବା ସହିତ କିଛି ଶିକ୍ଷଣୀୟ ବାର୍ତ୍ତା ମଧ୍ୟ ଦେଉଛନ୍ତି । ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଏହା ସାମାଜିକ ଗଣ ମାଧ୍ୟମର ଏକ ସକାରାତ୍ମକ ଦିଗ ।