ସିଆରପିଏଫର ଜଣେ ଅଫିସର କରୋନା ସଂକ୍ରମିତ ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଲେ ଡିଜି ଏପି ମାହେଶ୍ୱରୀ
କେନ୍ଦ୍ରୀୟ ପୋଲିସ ବଳ (CRPF)ର ଜଣେ ଚିଫ ମେଡିକାଲ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ୨ ଦିନ ପରେ CRPFର ମହାନିର୍ଦ୍ଦେଶକ ଏ ପି ମାହେଶ୍ୱରୀ ନିଜକୁ ନିଜେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେ ନିଜ ଘରେ ହିଁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
A Central Reserve Police Force (CRPF) officer has tested positive for #COVID19. All personnel in contact with the officer have been quarantined. Director General CRPF had indirect contact with the officer. As per protocol, DG is observing quarantine: CRPF pic.twitter.com/F4gzF4e01a
— ANI (@ANI) April 4, 2020
ଏନେଇ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ଡିଜି ସିଧାସଳଖ ସିଏମଓଙ୍କ ସଂସ୍ପର୍ଶରେ ଆସିନାହାନ୍ତି କିନ୍ତୁ ଡିଜିଙ୍କ ସହ ଦେଖା ହେବାକୁ ଆସିଥିବା ଜଣେ ବ୍ୟକ୍ତି ଉକ୍ତ କରୋନା ସଂକ୍ରମିତ ଡାକ୍ତରଙ୍କ ସହ ସାକ୍ଷାତ କରିଥିଲେ। ଏହି କାରଣରୁ ସୁରକ୍ଷା ଦୃଷ୍ଟିରୁ ଡିଜି ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି।
ତେବେ ସମ୍ପୃକ୍ତ ଡାକ୍ତର କେମିତି କରୋନା ସଂକ୍ରମିତ ହେଲେ ସେ ନେଇ ସଠିକ ଭାବେ ଜଣାପଡିନାହିଁ। ଅନ୍ୟପଟେ କ୍ୱାରେଣ୍ଟାଇନରେ ଥିଲେ ମଧ୍ୟ CRPF ମୁଖ୍ୟ ସମସ୍ତ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଯାଏଁ ଏହି ଭାଇରସ ଯୋଗୁ ୭୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।