ଜମ୍ମୁ-କାଶ୍ମୀର: ଉଧମପୁରରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଇନ୍ସପେକ୍ଟର ସହିଦ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ଉଧମପୁରର ବସନ୍ତଗଡ଼ରେ ଏହି ଆକ୍ରମଣ କରିଥିବା ସୂଚନା ରହିଛି ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-କାଶ୍ମୀର ପୋଲିସର ଏସ୍‌ଓଜି ଟିମ୍ ସହିତ ସିଆର୍‌ପିଏଫ୍‌ ଯବାନମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଉଧମପୁରର ଡୁଡୁ ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ର ୧୮୭ ୟୁନିଟ୍ ନିୟୋଜିତ ଅଛନ୍ତି । ଆତଙ୍କୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।

କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିଥିଲେ । ଆତଙ୍କୀଙ୍କ ବିରୋଧରେ ଚାଲିଥିବା ଅପରେସନ ସମୟରେ ସେନାର ୪୮ ରାଷ୍ଟ୍ରୀୟ ରାଇଫଲ୍ସରେ ମୁତୟନ କ୍ୟାପଟେନ ଦୀପକ ସିଂ ସହିଦ ହୋଇଥିଲେ ।

ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ । ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଲେ ।

You might also like