ଜନ୍ମତାରିଖର ପରଦିନ ହିଁ ସହିଦ ହୋଇଗଲେ ଏହି ଜବାନ, ପୁଅ କହିଲା ଶତୃଙ୍କ ଠାରୁ ପ୍ରତିଶୋଧ ନେବାପରେ ହିଁ ପାଳନ କରିବି ମୋ ଜନ୍ମଦିନ

ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣରେ ସହିଦ ସିଆରପିଏଫ ଜବାନ ନସିର ଅହମ୍ମଦଙ୍କର ପାର୍ଥିବ ଶରୀର ଗାଁରେ ପହଁଚିବା ପରେ ପୂରା ଗାଁ ଦେଶଭକ୍ତି ନାରାରେ ଗୁଞ୍ଜରିତ ହୋଇଉଠିଲା। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁହଁରେ କ୍ରୋଧ ଏବଂ ଆକ୍ରୋଶ ଥିଲା।
ଲୋକମାନେ ଭାରତ ମାତା କି ଜୟ,ଭାରତୀୟ ସେନା କି ଜୟ, ହିନ୍ଦୁସ୍ତାନ କି ଜୟ ଏବଂ ସହିଦ ଅମର ରହେ ନାରା ଲଗାଇ ପୂରା ମାହୋଲକୁ କମ୍ପାଇଦେଲେ। ଏହି ସମୟରେ ସବୁ ବ୍ୟକ୍ତିଙ୍କ ଆଖିରେ ଲୁହର ଧାରା ବହି ଚାଲିଥିଲା। ସହିଦ ପତ୍ନୀଙ୍କର କାନ୍ଦି କାନ୍ଦି ବହୁତ ଖରାପ ଅବସ୍ଥା ହୋଇଯାଇଥିଲା। ସେ ନିଜ ପିଲା ଏବଂ ସହିଦ ସ୍ବାମୀଙ୍କ ପାର୍ଥିବ ଶରୀରକୁ ଦେଖି ବାରମ୍ବାର ବେହୋସ ହୋଇଯାଉଥିଲେ।
ସହିଦ ଜବାନଙ୍କ ପୁଅ ବାରମ୍ବାର କହୁଥିଲେ ଯେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ସେ ଶତ୍ରୁଙ୍କ ଠାରୁ ନେଇକି ରହିବେ। ପ୍ରତିଶୋଧ ନେବା ପରେ ହିଁ ଯାଇ ସେ ନିଜର ଜନ୍ମ ଦିନ ପାଳନ କରିବେ ବୋଲି କହୁଥିଲେ।
ଆତଙ୍କୀ ଆକ୍ରମଣରେ ସିଆରପିଏଫ ଜବାନ ଥନ୍ନାମଣ୍ଡୀ ତହସିଲର ଦୋଦାସନ ନିବାସୀ ନସୀର ଅହମ୍ମଦଙ୍କର ପାର୍ଥିବ ଶରୀର ଶନିବାର ଦ୍ବିପ୍ରହର ପ୍ରାୟ ସାଢ଼େ ୧୨ଟାରେ ଗାଁରେ ପହଁଚିଲା।
ନିଶ୍ଚୟ ପଢ଼ନ୍ତୁ : ପୁଲୱାମା ଆକ୍ରମଣ ପଛର ପ୍ରକୃତ ରହସ୍ୟ କଣ ଥିଲା, ଜାଣନ୍ତୁ କଣ କହୁଛନ୍ତି ଆଦିଲର ବାପା
ଜନ୍ମଦିନର ପରଦିନ ହିଁ ହେଲେ ସହିଦ
୧୩ ଫେବ୍ରୁୟାରୀ ୧୯୭୨ରେ ଜନ୍ମ ହୋଇଥିବା ସହିଦ ନସୀର ଅହମ୍ମଦ ନିଜର ୪୭ ଜନ୍ମଦିନର ପରଦିନରେ ହିଁ ସହିଦ ହୋଇଗଲେ। ସହିଦଙ୍କ ଝିଅ ଫଲକ କହିଲେ ଯେ ତାଙ୍କ ବାପା ଜନ୍ମଦିନରେ ବହୁତ ଖୁସି ଥିଲେ। ୧୩ ଫେବ୍ରୁୟାରୀରେ ପିଲାମାନଙ୍କ ସହିତ ଜନ୍ମଦିନ ପାଳନ କରି ଡ୍ୟୁଟିକୁ ବାହାରି ଯାଇଥିଲେ ନସୀର ଏବଂ ପର ଦିନ ହିଁ ତାଙ୍କର ସହିଦ ହୋଇଥିବା ଖବର ଆସିଲା।