ଦେଶ ବିଦେଶ

ଛତିଶଗଡ଼: ସୁକ୍‌ମାରେ ନକ୍ସଲ ଆକ୍ରମଣ; CRPF ସବ୍‌-ଇନ୍ସପେକ୍ଟର ସହିଦ, ଜଣେ ଯବାନ ଆହତ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ନକ୍ସଲ ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ସେ ହେଲେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ। ସିଆର୍‌ପିଏଫ୍‌ କନଷ୍ଟେବଳ ରାମୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।

ରବିବାର ସକାଳ ୭ଟାରେ ଜଗରଗୁଣ୍ଡା ଥାନା ଅଧୀନ ବେଦ୍‌ରେ କ୍ୟାମ୍ପ୍‌ରୁ ସିଆର୍‌ପିଏଫ୍‌ ୧୬୫ ବାଟାଲିୟନର କମ୍ପାନୀ ଉର୍ସାଙ୍ଗଲ୍‌ ଅଭିମୁଖେ ଅପରେସନରେ ବାହାରିଥିଲା। ଏହି ସମୟରେ ସିଆର୍‌ପିଏଫ୍‌ ଟିମ୍‌ ସହିତ ନକ୍ସଲମାନଙ୍କ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୁଳିରେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି। ଆହତ ଯବାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇଛି।

ସେପଟେ ଟିମ୍‌ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ୪ ସନ୍ଦିଗ୍ଧଙ୍କୁ କବ୍‌ଜା କରିଛି। ଏହାସହିତ ସିଆର୍‌ପିଏଫ୍‌, କୋବ୍ରା ଏବଂ ଜିଲ୍ଲା ଫୋର୍ସ ଦ୍ୱାରା ଘନ ଘନ ଯାଞ୍ଚ ମଧ୍ୟ କରାଯାଉଛି। ଏହା ପୂର୍ବରୁ ଡିସେମ୍ବର ୧୩ରେ ସିଏମ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ନାରାୟଣପୁରରେ ନକ୍ସଲ ଆକ୍ରମଣ ହୋଇଥିଲା। ଏଥିରେ ନକ୍ସଲମାନେ ଆମ୍‌ଦଇ ଖଣିରେ ଆଇଇଡି ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗମ୍ଭୀର ଆହତ ହୋଇଥିଲେ। ଡିସେମ୍ବର ୧୧ରେ ମଧ୍ୟ ନକ୍ସଲମାନେ ସୁକ୍‌ମା ଜିଲ୍ଲାରେ ଆଇଇଡି ବ୍ଲାଷ୍ଟ୍‍ କରିଥିଲେ।

Roshni

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago