କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲା: ଆର୍ଯ୍ୟନ ଖାନଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟଙ୍କ ବୟାନ ରେକର୍ଡ କଲା NCBର SIT

ମୁମ୍ବାଇ: କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ଖୋଳତାଡ଼ ଜୋରଦାର କଲା NCBର SIT । ଅଭିଯୁକ୍ତଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି । ଆର୍ଯ୍ୟନ ଖାନଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟଙ୍କ ବୟାନ ରେକର୍ଡ କରିଛି NCBର SIT । କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ଅରବାଜଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଅକ୍ଟୋବର ୨ ତାରିଖରେ ରେଡ୍‌ ବେଳେ ଅରବାଜ ମର୍ଚ୍ଚାଣ୍ଟ ସେଠାରେ ଥିଲେ । ଆର୍ଯ୍ୟନଙ୍କ ସହ ଅରବାଜ ମଧ୍ୟ ଗିରଫ ହୋଇଥିଲେ । ସ୍ୱତନ୍ତ୍ର ଭାବେ ଗଠିତ ହୋଇଥିବା SITରେ ୧୫ ଜଣ ସଦସ୍ୟ ଅଛନ୍ତି ।

ଏହାର ନେତୃତ୍ୱ ନେଉଛନ୍ତି ଓଡ଼ିଶା କ୍ୟାଡର ସଞ୍ଜୟ ସିଂ । କ୍ରୁଜ ଡ୍ରଗ୍‌ସ ଲିଙ୍କ ବ୍ୟତୀତ ଅନ୍ୟ ୫ଟି ମାମଲାରେ SIT ତଦନ୍ତ କରିବ । ସଞ୍ଜୟ ସିଂଙ୍କ ନେତୃତ୍ୱରେ ନବଗଠିତ ଏସଆଇଟି ରବିବାର ଦିନ ଆରୟନଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଏଥିପାଇଁ ଶନିବାର ଦିନ ଏକ ସମନ ଜାରି କରଥିଲେ ଏନ୍‌ସିବି ​। ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରିଛି ସମନ। କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ପଚରାଉଚରା କରିବାକୁ ସମନ କରାଯାଇଛି।

ଏନସିବି ପୂର୍ବରୁ କହିଥିଲା ଯେ ଏହି ଛଟି ମାମଲାର ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରଭାବ ଅଛି ଏବଂ ଅଧିକ ଖିଅ ଖୋଜିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ। ସେବେଠାରୁ, ଏହି ଏସଆଇଟି ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି ଏବଂ ଏହି ଦଳରେ ୧୫ ଜଣ ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.